ବାରିପଦା : ୨୨.୧୧.୨୦୨୪// ନଭେମ୍ବର ମାସକୁ ଅନ୍ତର୍ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ଓ ପ୍ରତିପାଳନ ଯତ୍ନ ମାସ ଭାବରେ ପାଳନ କରାଯାଏ I ଏହି ପରିପେକ୍ଷୀରେ ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ଜ଼ିଲ୍ଲା ପରିଷଦ ସଭା ଗୃହରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି I ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ମୟୁରଭଞ୍ଜ ଅନୁକୁଲ୍ୟରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଛି I କାର୍ଯ୍ୟକ୍ରମକୁ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ I କାର୍ଯ୍ୟକ୍ରମକୁ ଉଦ୍ବୋଧନ ଦେଇ ଶ୍ରୀ ସଏ କହିଥିଲେ କି ଶିଶୁ ସୁରକ୍ଷା ଏକ ସମ୍ବେଦନ ପ୍ରସଙ୍ଗ, ପ୍ରତ୍ୟେକ ଶିଶୁ ଙ୍କୁ ସୁରକ୍ଷା ଯୋଗାଇ ଦେବା ଆମ ସମସ୍ତଙ୍କର କର୍ତବ୍ୟ I ଅନୈତିକ ପୋଷ୍ୟ ସନ୍ତାନ ଗ୍ରହଣ କୁ ସମ୍ପୂର୍ଣ ରୂପରେ ବନ୍ଦ କରିବା ଏବଂ ଆଇନ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ I ସମ୍ମାନିତ ଅତିଥି ଭାବରେ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଡୁପଲ୍ଲୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସବିତା ମଝି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅନ୍ନପୂର୍ଣ୍ଣା ସିଂଙ୍କୁ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଦୀପ୍ତିରାଣୀ ନାୟକ ଶିଶୁ ମଙ୍ଗଳ ସମିତିର ସଦସ୍ୟ ମନମୋହନ ପ୍ରଧାନ ଏବଂ ଯଦୁମଣି ମହIନ୍ତ ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ଶୁଶୁ ପାଇଁ ପରିବାର ର ଗୁରୁତ୍ୱ, ସଠିକ ଲାଳନ ପାଳନ ତଥା ଶିଶୁ ମାନଙ୍କର ଥଇଥାନ ସମ୍ପର୍କରେ ଆଲୋଚନା କରିଥିଲେ I ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହିତ ପୋଷ୍ୟ ସନ୍ତାନ ଗ୍ରହଣ ତଥା ପ୍ରତିପାଳନ ଯତ୍ନ ପ୍ରକ୍ରିୟା କୁ ନ୍ୟାୟ ସଙ୍ଗତ କରିବା ଦିଗରେ ଆହ୍ୱାନ ଦେଇଥିଲେ I ଶିଶୁ ମଙ୍ଗଳ ସମିତିର ପୂର୍ବ ସଦସ୍ୟ ଜୀବନ କୃଷ୍ଣ ବେହେରା ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ବ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ I ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ(ଅଣଆନୁଷ୍ଠାନିକ ସେବା ) ଆମର କୁମାର ଦେ ପୋଷ୍ୟ ସନ୍ତାନ ଗ୍ରହଣ ଓ ପ୍ରତିପାଳନ ଯତ୍ନ ବିଧି ବଦ୍ଧ ବ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମ ମାଧ୍ୟମରେ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ପିତାମାତା, ପ୍ରତିପାଳନ ଯତ୍ନ ର ପିତାମାତା ତଥା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ନବଜାତ ଶିଶୁ ଙ୍କୁ ଉଦ୍ଧାର କରି ମହାନତା ଦେଖାଇଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା I ଏମାନଙ୍କ ମଧ୍ୟରେ ଯାମଦା ଥାନା ଅଧିକାରିଣୀ ଅନିତା ସ୍ୱାଇଁ , ଉଦଳା ବ୍ଲକ ଅନ୍ତର୍ଗତ ତାପସ କୁମାର ସେନାପତି ଏବଂ ଯଶିପୁର ଥାନା ଅଧିନସ୍ଥ ସାମ୍ବାଦିକ ଆଶିଷ କୁମାର ବେହୁରା ଙ୍କୁ ସମ୍ମାନିତ କରାଯାଇଥିଲା . କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ମେଡିକାଲ ଅଫିସର, IIC / OIC, ଶିଶୁ ଯତ୍ନ ଅନୁଷ୍ଠାନ, NGO ପ୍ରତିନିଧି, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ . କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପରାମର୍ଶଦାତା ଦିଲୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ .

Leave a Reply

Your email address will not be published. Required fields are marked *