ବାରିପଦା : ଆଜି ବାରିପଦା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ପାଣି ପଂଚାୟତ ପକ୍ଷ -2023 ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ଶିକ୍ଷlନୁଷ୍ଠାନ ର ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଡ୍ରଇଂ, ବକ୍ତୃତା,ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ଉକ୍ତ ପ୍ରତିଯୋଗିତା ରେ ଜିଲ୍ଲାର ସଦର ଉପଖଣ୍ଡ ବାରିପଦା ସମେତ ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ. ଆଜିର ଏହି ପ୍ରତିଯୋଗିତା ରେ ବିଚାରକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଅମୁଲ୍ୟ କୁମାର ପରିଡା, କଣ୍ଟାପାଳ ବିଦ୍ୟାଳୟ ର ଶିକ୍ଷକ ଅମିତାଭ ମିଶ୍ର, ଗୋପବନ୍ଧୁ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ର ଅଧ୍ୟାପକ ଡ଼. ସରୋଜ ନାୟକ, ଏମ କେ ସି ହାଇସ୍କୁଲ ର ପ୍ରଧାନ ଶିକ୍ଷକ କୁଞ୍ଜଵାଳା ମହାନ୍ତ, ଚିତ୍ରଶିଳ୍ପୀ ସୋନାଲି ମିଶ୍ର, ମହେନ୍ଦ୍ର ନାଥ ଦଣ୍ଡପାଟ, ବୁଦ୍ଧିରାମ ସୋରେନ ଓ ସହକାରୀ ଯନ୍ତ୍ରୀ ମନୋଜ ଦଳବେହେରା ଦାୟିତ୍ୱ ତୁଲାଇ ଥିବା ବେଳେ ବାରିପଦା ଜଳସେଚନ ମଣ୍ଡଳ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂଜିନିୟର ସର୍ବେଶ୍ୱର ସେନାପତି, ମୟୁରଭଞ୍ଜ କେନାଲ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ଇଂଜିନିୟର ପ୍ରସାଦ ରଞ୍ଜନ ପଣ୍ଡା ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁଣାକର ଖମାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ.ଆଜିର ଏହି ପ୍ରତିଯୋଗିତା ରେ ପ୍ରବନ୍ଧ ପ୍ରତିଯୋଗିତା ରେ ଉଦଳା ସରକାରୀ ଉଚ୍ଚ ବିଦ୍ୟାଳୟ ର ସତ୍ୟମ ସାମଲ ପ୍ରଥମ, ପି. ପି. ହାଇସ୍କୁଲ ର ଶୁଭଶ୍ରୀ ଦୀକ୍ଷିତ ଦ୍ଵିତୀୟ, ଏମ କେ ସି ହାଇସ୍କୁଲ ର ମାନସ କୁମାର ଜେନା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଡ୍ରଇଂ ରେ ଏମ ପି କେ ହାଇସ୍କୁଲ ର ବର୍ଷା ବିନ୍ଧାଣି ପ୍ରଥମ, ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ଅର୍ପିତା କଲ୍ୟାଣୀ ପ୍ରିୟ ଦର୍ଶିନୀ ମୁର୍ମୁ,ଦ୍ଵିତୀୟ ଓ ମୋରଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଶୁଭ୍ରାଂଶୁ ଶେଖର ମହାନ୍ତ ତୃତୀୟ, କୁଇଜ଼ ରେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ମନୀଷ କୁମାର ପାତ୍ର ପ୍ରଥମ,ଚଢେଇଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ମାଳତୀ ମାର୍ଣ୍ଡି ଦ୍ଵିତୀୟ ଓ ବାଦାମପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରତିଭା ତିରିଆ ତୃତୀୟ ଏବଂ ବକ୍ତୃତା ପ୍ରତିଯୋଗିତା ରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ର ଛାତ୍ର ସଦଭାବ କବି ପ୍ରଥମ, ସାଳମୁଣ୍ଡୁଳି ବନଦୁର୍ଗା ଉଚ୍ଚ ବିଦ୍ୟାଳୟ ର ମଧୁସ୍ମିତା ଦାସ ଦ୍ଵିତୀୟ ଓ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବେତନଟୀ ର ରୋଜାଲିନ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି.କୃତକାର୍ଯ୍ୟ ହୋଇଥିବା ଉକ୍ତ ଛାତ୍ର ଛାତ୍ରୀଙ୍କୁ ଚଳିତ ଫେବୃଆରୀ ମାସ ଆଠ ତାରିଖ ରେ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଉତ୍ସବ ରେ ପୁରସ୍କୃତ କରାଯିବ.

Leave a Reply

Your email address will not be published. Required fields are marked *