Date-29/6/23
ହରେକୃଷ୍ଣ ତ୍ରିପାଠୀ (ଠାକୁରମୁଣ୍ଡା )
ସାଇକେଲ ଆରୋହୀ କୁ ସାଇଟ ମାରି ବାଇକ ଉପରେ ଚଢ଼ିଗଲା ବସ । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ୫୩ ନଂ ଜାତୀୟ ରାଜପଥର କୋଡପଡା ଛକ ନିକଟରେ।ଘଟଣା ସୁତ୍ରରୁ ପ୍ରକାଶ ଯେ,ଭୂବନେଶ୍ଵରରୁ ରରୁଆଁ ଯାଉଥିବା ମଲିକ୍ ବସ ନଂ ଓଡି୨୨ଆର୧୯୧୮ ସାଇକେଲରେ ଯାଉଥିବା ଚୈତ୍ର ସେଠୀ ନାମକ ବ୍ୟକ୍ତିଙ୍କୁ ସାଇଟ୍ ମାରି ଏକ ହିରୋହୋଣ୍ଡା ବାଇକ୍ ଚାଲକଙ୍କୁ ପଛପଟରୁ ଚଢି ଯାଇଛି ।ଘଟଣା ସ୍ଥଳରେ ବାଇକ୍ ଚାଲକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଚୈତ୍ର ସେଠୀ ଆହତ ହୋଇଛନ୍ତି।ଦୁର୍ଘଟଣା ଘଟାଇ ବସର କର୍ମଚାରୀ ମାନେ ଫେରାର ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ବାଇକ୍ ଚାଲକଙ୍କୁ ଚିହ୍ନଟ କରାଯାଇପାରି ନାହିଁ। ସଙ୍ଗେ ସଙ୍ଗେ ସ୍ଥାନିୟ ଲୋକମାନେ ଖବର ପାଇ ବସ ପାଖରେ ରୁଣ୍ଡ ହୋଇଯାଇଥିଲେ । ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସକୁ ଫୋନ କରି ଆହତ ବ୍ୟକ୍ତିଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *