ବାରିପଦା -02/03/2023-ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଭିଭାଷଣକୁ ଆଧାର କରି ଭାରତ ସରକାର ଙ୍କ ଯୁବ ବ୍ୟାପlର ଏବଂ କ୍ରୀଡା ମନ୍ତ୍ରାଳୟ ଏବଂ ଏହାର ସ୍ୱୟଂଶାସିତ ସଂଗଠନ ନେହେରୁ ଯୁବ କେନ୍ଦ୍ର ସଂଗଠନ (NYKS) ତରଫରୁ ଦେଶର ସମସ୍ତ ଜିଲ୍ଲା ରେ କମ୍ୟୁନିଟି ଆଧାରିତ ସଂଗଠନ (ସିବିଏସଇ )ମାଧ୍ୟମ ରେ “YUVA SAMVAD-India@2047 କାର୍ଯ୍ୟକ୍ରମ ଚଳିତ ବର୍ଷ ଏପ୍ରିଲ 1 ତାରିଖ ରୁ ମେ 31 ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ. ଯେଉଁ ମାନେ NYKS ସହିତ ମିଳିତ ହୋଇ ପଞ୍ଚ ପ୍ରାଣ ଦର୍ଶନ ଉପରେ ଭାରତର ଭବିଷ୍ୟତ ପାଇଁ ସକାରାତ୍ମକ ବକ୍ତବ୍ୟ ପ୍ରଦାନ କରିବେ ଏବଂ ପରେ ସର୍ବନିମ୍ନ 500 ଯୁବ ଅଂଶଗ୍ରହଣକାରୀ ଙ୍କ ସହିତ ପ୍ରଶ୍ନ ଏବଂ ଅଧିବେସନ କରିବେ, ସେମାନଙ୍କୁ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ କୋଡିଏ ହଜାର ଅର୍ଥ ରାଶି ଯୋଗାଇ ଦିଆଯିବ. ଆବେଦନ କରିବାକୁ ଚାହୁଁ ଥିବା କମ୍ୟୁନିଟି ଆଧାରିତ ସଂଗଠନ ମାନେ ଅଣ ରାଜନୈତିକ ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ହୋଇଥିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସାଙ୍ଗଠନିକ ଦକ୍ଷତା ଥିବା ଆବଶ୍ୟକ ଏବଂ ସେମାନଙ୍କ ବିରୋଧ ରେ କୌଣସି ଅପରାଧିକ ମାମଲା ନଥିବା ଆବଶ୍ୟକ. କାର୍ଯ୍ୟକ୍ରମ ଗୁଡିକ ଆୟୋଜନ ପାଇଁ ପ୍ରତି ଜିଲ୍ଲା ରୁ 3 ଟି କମ୍ୟୁନିଟି ଆଧାରିତ ସଂଗଠନ ଙ୍କୁ ଚୟନ କରାଯିବ. ମାନଦଣ୍ଡ ପୂରଣ କରୁଥିବା ଆଗ୍ରହୀ ବ୍ୟକ୍ତି ବିଶେଷ /ଅନୁଷ୍ଠାନ ନିର୍ଦ୍ଧିଷ୍ଟ ଆବେଦନ ଫର୍ମ ରେ ଦାଖଲ କରିପାରିବେ. ଉକ୍ତ ଆବେଦନ ଫର୍ମ ନେହେରୁ ଯୁବ କେନ୍ଦ୍ର ରୁ ମିଳିପାରିବ. ଅଧିକ ବିବରଣୀ ପାଇଁ ନେହେରୁ ଯୁବକେନ୍ଦ୍ର, ମୟୁରଭଞ୍ଜ, ୱାର୍ଡ ନମ୍ବର -2, ପୋ :-ଭଂଜପୁର, ବାରିପଦା ଫୋନ ନମ୍ବର 9677784663 ଓ ଫୋନ ନମ୍ବର 6370752247 ରେ ଯୋଗାଯୋଗ କରିପାରିବେ.