ବାରିପଦା – ତା :- 30/04/2023 ରିଖ ସ୍ଥାନୀୟ ଲାଲବଜାର ସ୍ଥିତ ମା ତାରିଣୀଙ୍କ ମନ୍ଦିର ପରିସରରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଡ଼ ନିରୋଜ କୁମାର ପୋଥାଳ, ତିମିରକାନ୍ତ ଦାସ, ପ୍ରତାପେଶ୍ୱର ଦାଶ, ମନୋଜ କୁମାର ସେନାପତି, ଓମ ପ୍ରକାଶ ସାହା, ଇନ୍ଦ୍ରଜିତ ମହାନ୍ତ, ବସନ୍ତ କୁମାର ମହାପାତ୍ର, ଅଶୋକ କୁମାର କଲିଆ, ବୀର କିଶୋର କୁଅଁରବାବୁ, ଲିଙ୍ଗରାଜ ମହାନ୍ତି, ବିଜୟଲକ୍ଷ୍ମୀ ନାୟକ, ମାନୀ ଗିରି, ତପସ୍ୱିନୀ ପଣ୍ଡା, ରାଜଲକ୍ଷ୍ମୀ ମିଶ୍ର, ସୁମିତା ଚୌବେ ଓ ଭାସ୍ବତୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ I ପ୍ରକାଶ ଥାଉକି ଏହି ସଂସ୍ଥା ବର୍ଷ ତମାମ ବୃକ୍ଷ ରୋପଣ ସହ ରକ୍ତଦାନ ଶିବିର ଆୟୋଜନ ପରି ଜନକଲ୍ୟାଣ କାର୍ଯ୍ୟକ୍ରମ କରି ଆସିବା ସହ ବହୁବାର ବିଭିନ୍ନ ସଂଗଠନ ଦ୍ୱାରା ପୁରସ୍କୃତ ହୋଇଛି I ଏହିପରି କାର୍ଯ୍ୟକ୍ରମ ପାଇଁ ଜନସାଧାରଣ ମଧ୍ୟ ବେଶ ପ୍ରଶଂସା କରିଛନ୍ତି I