ବାରିପଦା
ତା ୨୨-୧୦-୨୦୨୫ରିଖ.
ମୟୂରଭଞ୍ଜ ଜିଲ୍ଲା ପରିଷଦ ର ୯ମ ଜିଲ୍ଲା ପରିଷଦ ବୈଠକ ଆଜି ପୂର୍ବାହ୍ନ ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି.
ବୈଠକରେ ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ, ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର, ମାନ୍ୟବର
ଲୋକ ସଭା ସାଂସଦ ନବ ଚରଣ ମାଝୀ, ମାନ୍ୟବର ବିଧାୟକ ଉଦଳା ଭାସ୍କର ମଢେଇ, ମାନ୍ୟବର ବିଧାୟକ ବାରିପଦା ପ୍ରକାଶ ସୋରେନ, ମାନ୍ୟବର ବିଧାୟକ ସାରସକଣା ଭାଦବ ହାଁସଦା, ମାନ୍ୟବର ବିଧାୟକ ବଡ଼ସାହି ସନାତନ ବିଜୁଳି, ମାନ୍ୟବର ବିଧାୟକ ରାଇରଙ୍ଗପୁର ଜଲେନ ନାଏକ, ଜିଲ୍ଲା ପରିଷଦ ଉପସଭାପତି ବିପିନ ସିଂ ବାଦରା, ମୟୂରଭଞ୍ଜ ଜିଲ୍ଲପାଳ ହେମ କାନ୍ତ ସୟ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ପ୍ରମୁଖଙ୍କ ସମେତ ଜିଲ୍ଲା ପରିଷଦର ସଦସ୍ୟ/ ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭିନ୍ନ ସରକାରୀ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଜିଲ୍ଲାରେ ଜନସାଧାରଣଙ୍କ ସାମାଜିକ, ଅର୍ଥନୈତିକ ତଥା ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରେ କାଯ୍ୟକାରି କରାଯାଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ର ଅଗ୍ରଗତି ଓ ସ୍ଥିତି ସମ୍ପର୍କ ରେ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ.
ପ୍ରାରମ୍ଭରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ।
ଏହାପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା
ଭାରତୀ ହାଁସଦା ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ ଓ ସଶକ୍ତ କରିବା ସହ ବିଭିନ୍ନ ବିଭାଗୀୟ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଗୁଡିକ ଆଗେଇ ନେବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇ ବୈଠକ ପରିଚାଳନା କରିଥିଲେ.
ମାନ୍ୟବର ମନ୍ତ୍ରୀ ତା’ଙ୍କ ବକ୍ତବ୍ୟରେ କହିଥିଲେ ଯେ, ଜିଲ୍ଳାରେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକାରି ହେଉଥିବା ଜନକଲ୍ୟାଣ ଯୋଜନାରେ କୌଣସି ଜଣେବି ଯୋଗ୍ୟ ହିତାଧିକାରୀ ଯେମିତି କୌଣସି ଯୋଜନାରୁ ବଂଚିତ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ପରିଷଦ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ଗତ ଜିଲ୍ଲା ପରିଷଦ ବୈଠକରେ ସଭ୍ୟସଭ୍ୟା ମାନଙ୍କ ଦ୍ୱାରା ଉତଥାପିତ ଆପତ୍ତି ଅଭିଯୋଗ ଓ ପ୍ରସ୍ତାବ ଆଦି ବିଷୟ କ୍ରମରେ ସମ୍ପୃକ୍ତ ବିଭାଗ ଅଧିକାରୀ ମାନଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅନୁପାଳନ ବିବରଣୀ ଉପରେ ସମୀକ୍ଷା ମୂଳକ ଆଲୋଚନା ପୂର୍ବକ ଦୃଢ଼ୀକରଣ କରାଯାଇଥିଲା.
ତତ୍ପରେ ବୈଠକ ରେ ବିଶେଷ କରି କୃଷି ବିଭାଗ ଅଧିନସ୍ଥ ଚଳିତ ଖରିପ ଋତୁରେ ଧାନ-ଅଣଧାନ ଚାଷ ପରିମାଣ, ୟୁରିଆ ସାର ବଣ୍ଟନ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଶ୍ରୀ ଅନ୍ନ ଅଭିଯାନ, ମାଣ୍ଡିଆ ଜାତୀୟ ଚାଷ, ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି ଯୋଗାଣ, ଚାଷୀ ପଞ୍ଜିକରଣ, ଫସଲ ବୀମା, ସି ଏମ କିଷାନ ଓ ପି ଏମ କିଷାନ ଯୋଜନାରେ ହିତାଧିକାରୀ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିବା ବେଳେ ଉଦ୍ୟାନ କୃଷି ଅଧିନସ୍ଥ ଖରିପ ଋତୁ ରେ କାର୍ଯ୍ୟ କାରି ହେଉଥିବା ଜାତୀୟ ଉଦ୍ୟାନ କୃଷି ମିଶନ, ସମ୍ୱନ୍ୱିତ କୃଷି ବିକାଶ ମିଶନ, ଜାତୀୟ ତାଳ ତେଲ ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ସ୍ୱତନ୍ତ୍ର ଉଦ୍ୟାନ କୃଷି ଭିତ୍ତିକ ଫସଲ ଯୋଜନା, ଆଳୁ, ପନିପରିବା ଓ ମସଲା ଜାତୀୟ ଫସଲ ଯୋଜନା, ଇନପୁଟ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ ଶୁକ୍ଳ ଉପରେ ରିହାତି/ସବସିଡି ଇତ୍ୟାଦି ରେଶମ ଶିଳ୍ପ ଅଧୀନରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ଯୋଜନା, ସାଧାରଣ ବଣ୍ଟନ ବିଭାଗ ଅଧୀନରେରେ ଜାତୀୟ ଖାଦ୍ୟ ସୁରକ୍ଷାରେ ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷାରେ ହିତାଧିକାରୀ, ରାସନ କାର୍ଡ ବଣ୍ଟନ, ଖରିପ ଋତୁରେ ଏଫ ଏ କ୍ୟୁ ଧାନ ସଂଗ୍ରହ, ଚାଷୀ ପଞ୍ଜିକରଣ ଇତ୍ୟାଦି ଶିକ୍ଷା ବିଭାଗ ଅଧିନସ୍ଥ ନିପୁଣ ଓଡିଶା, ବାଳିକା ଶିକ୍ଷା ସମ୍ୱନ୍ୱିତ ଶିକ୍ଷା (ଭିନ୍ନକ୍ଷମ ପିଲାଙ୍କ ପାଇଁ), ମଧ୍ୟାହ୍ନ ଭୋଜନ, ମେଧା ବୃତ୍ତି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଅଧିନସ୍ଥ ଆବାସିକ ଆଶ୍ରମ ବିଦ୍ୟାଳୟରେ ଆନୁସଙ୍ଗିକ ବ୍ୟବସ୍ଥା ଇତ୍ୟାଦି, ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଅଙ୍ଗନବାଡି କେନ୍ଦ୍ରର ସଂଖ୍ୟା, ବର୍ତମାନର ସ୍ଥିତି, ମମତା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା, ସୁଭଦ୍ରା ହିତାଧିକାରୀ, ପରିପୂରକ ପୃଷ୍ଟି ଯୋଜନା, ମିଶନ ଶକ୍ତି, ପାରିବାରିକ ହିଂସା ଆଇନର କାର୍ଯ୍ୟକାରିତା ଇତ୍ୟାଦି ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ, ଵୟୋ ବନ୍ଧନ ଯୋଜନାରେ ଚିହ୍ନଟି କରଣ ସ୍ଥିତି, ନିରାମୟ ଯୋଜନାରେ ଔଷଧ ଯୋଗାଣ, ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଭିତ୍ତି ଭୂମିର ବିକାଶ ଆଦି ବିଭିନ୍ନ ଯୋଜନା ଅନ୍ତର୍ଗତ ଉନ୍ନୟନ ଓ ଜନକଲ୍ୟାଣ କାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା.
ଆଲୋଚନା ପ୍ରସଙ୍ଗ କ୍ରମରେ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ- ଅଧ୍ୟକ୍ଷା ମାନଙ୍କ ଦ୍ୱାରା ଗୃହରେ ଉପସ୍ଥାପିତ ଆପତ୍ତି ଅଭିଯୋଗ ତଥା ଗଠନ ମୂଳକ ପ୍ରସ୍ତାବ ଉପରେ ସମ୍ପୃକ୍ତ ବିଭାଗ ଅଧିକାରୀଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଳାପାଳ ନିର୍ଦେଶ ଦେଇଥିଲେ।
ଅନ୍ୟାନ୍ୟ କିଛି ଆପତ୍ତି ଅଭିଯୋଗ ସମ୍ପର୍କ ରେ ଅନୁଧ୍ୟାନ କରି କ୍ଷେତ୍ର ପରିଦର୍ଶନ ପୂର୍ବକ ତଥ୍ୟ ଆହୋରଣ କରି ଆବଶ୍ୟକ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ.
ପରିଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ.
