ବାରିପଦା – ତା :- 20/02/2023 ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ଦ୍ଵିତୀୟ ବାର୍ଷିକ ମଧୁବନ ପ୍ରିମିୟର ଲିଗ ଉଦଘାଟିତ ହୋଇଯାଇଛି I ଯୁବ ନେତା କଳିଙ୍ଗ କେଶରୀ ଜେନା ଓ 7 ନଂ କାଉନସିଲର ପ୍ରଶାନ୍ତ ବେହେରା ଅତିଥି ଭାବେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ I ପ୍ରଥମ ଦିନ ତିନୋଟି ମ୍ୟାଚ ଖେଳା ଯାଇଥିବା ବେଳେ ପ୍ରଥମ ମ୍ୟାଚରେ ଡେଭିଲ ଇଲେଭେନ ଲାଳବଜାର ସୁପର କିଂଗ୍ସକୁ 5 ଉଇକେଟରେ ପରାସ୍ତ କରିଛି I ସଂଜୀବ କୁମାର ମହାପାତ୍ର 61 ରନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ I ଦ୍ଵିତୀୟ ମ୍ୟାଚରେ ପାୱାର ଗ୍ରେନ୍ସ ଜଗନ୍ନାଥ ଫାଇଟରକୁ 4 ଉଇକେଟରେ ପରାସ୍ତ କରିଥିଲେ I ଶୁଭମ ମହାନ୍ତି 54 ରନ କରିବା ସହ 2 ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ i ତୃତୀୟ ମ୍ୟାଚରେ ଇଗଲ ୱାରିୟାର୍ସ ଏନ ଏନ ଇଲେଭେନକୁ 5 ଉଇକେଟରେ ପରାସ୍ତ କରିଥିଲେ I ସାଇବା ସିଂ 38 ରନ କରିବା ସହ 2 ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ di ମ୍ୟାଚ ବିବେଚିତ ହୋଇଥିଲେ I ସୁଶାନ୍ତ ମହାନ୍ତି ଓ ଟୁନା ପାତ୍ର ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I ଦୀପକ ଦାସ ଧାରବିବରଣୀ ପ୍ରଦାନ କରିଥିଲେ I ଏହି ପ୍ରିମିୟାର ଲିଗରେ 6 ଟି ଅଂଶ ଗ୍ରହଣ କରିଛନ୍ତି ଓ ଚଳିତ ମାସ 27 ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ମୁଖ୍ୟ ଆୟୋଜକ ମଣ୍ଟୁ ମାଇତି ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *