ବାରିପଦା : ତା -28/10/2025-ଫ୍ଯାକ୍ଟୋରୀ ଆଇନ ୨୦୨୫ କୁ କୁଠାରାଘାତ କରି ଦୈନିକ ଶ୍ରମ ସମୟ ୮ ଘଣ୍ଟା ପରିବର୍ତ୍ତେ ୧୦ଘଣ୍ଟା ଘୋଷଣା କରି କର୍ମଚାରୀ ସଂଖ୍ୟା ହ୍ରାସ, ନୂତନ ନିଯୁକ୍ତି ଵନ୍ଦ କରିବା ପ୍ରତିବାଦରେ ଏବଂ ଓଡ଼ିଶାରେ ବିଜେପି ଶାସନ ଅମଳରେ ମହିଳାଙ୍କ ପ୍ରତି ହିଂସା ବଢୁଥିବା ଵେଳେ ସପସ୍ ଆଣ୍ଡ କମର୍ସିଆଲ ଏଷ୍ଟାଵ୍ଲିଶମେଣ୍ଟ ଆକ୍ଟର ପରିବର୍ତ୍ତନ କରି ମହିଳାମାନଙ୍କୁ ରାତ୍ର ସମୟ ଡିଉଟି ଦେବା ଆହୁରି ଅସୁରକ୍ଷା ବୃଦ୍ଧି ସମ୍ଭାଵନା ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ଵାଧୀନ ଫେଡେରେସନଙ୍କ ଆହ୍ବାନ କ୍ରମେ ଆଜି ବାରିପଦା ସ୍ଥିତ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ଏହି ଆନ୍ଦୋଳନରେ ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ ଏବଂ ଏଆଇୟୁଟିୟୁସି ଇତ୍ୟାଦି ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ଭାବେ ଅନୁଷ୍ଠିତ ବିକ୍ଷୋଭ ସମାଵେଶ ଵରିଷ୍ଠ ଏଆଇଟିୟୁସି ନେତା କାହ୍ନୁ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରମିକ ସମାବେଶରେ ସିଆଇଟିୟୁର ଅମଲ ଦେ, ରଵୀ ଗୋସ୍ଵାମୀ, ରଘୁନାଥ ପଣ୍ଡା,ଏଆଇଟିୟୁସିର ପରମେଶ୍ଵର ମହାନ୍ତ, ହୃଷିକେଶ ସାହୁ, ଏଆଇୟୁଟିୟୁସିର ପୀତାମ୍ବର ନାଏକ, ଓଡ଼ିଶା ଫରେଷ୍ଟ ଉଡ୍ ଏଗ୍ରକଲଚର ଆଣ୍ଡ ବିଲଡିଙ୍ଗ କନଷ୍ଟ୍ରକଶନ ଓ୍ଵାର୍କରସ ୟୁନିୟନ ର ମହେଶ୍ଵର ବେହେରା ପ୍ରମୁଖ ଉଦବୋଧନ ଦେଇଥିବା ଵେଳେ, ସିଂହଲତା ମାଝୀ, ପ୍ରଫୁଲ୍ଲ ମହାନ୍ତି, ମନୋରଞ୍ଜନ ପରିଡା, ରାପି ମାଝୀ, ଅଶୋକ ଭଞ୍ଜଦେଓ, ସୁବାସ ତ୍ରିପାଠୀ, ଜଳେଶ୍ଵର ସାମଲ, ଶ୍ରୀକାନ୍ତ ବୋଷ, ସୁଭାଷିନୀ ବିନ୍ଧାଣୀ, ସଞ୍ଜୁଲତା ମହାକୁଡ, ବାସନ୍ତୀ ନାଏକ, ଦିନ ମୁର୍ମୁ, ଗାୟତ୍ରୀ ମହାପାତ୍ର, ହୀରା ମହାକୁଡ, କୁଞ୍ଜଲତା ମହାନ୍ତ, ସୁଶିଳା ପାତ୍ର, ମାନସୀ ନାୟକ, କାବୁ ଦେହୁରୀ ପ୍ରମୁଖଙ୍କ ନେତୃତ୍ଵରେ ବାରିପଦା ଷ୍ଟେସନ ଠାରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଶ୍ରମକାର୍ଯ୍ଯାଳୟ ପର୍ଯ୍ୟନ୍ତ ଯାଇଥିଲା।ବାରିପଦା : ତା -28/10/2025-ଫ୍ଯାକ୍ଟୋରୀ ଆଇନ ୨୦୨୫ କୁ କୁଠାରାଘାତ କରି ଦୈନିକ ଶ୍ରମ ସମୟ ୮ ଘଣ୍ଟା ପରିବର୍ତ୍ତେ ୧୦ଘଣ୍ଟା ଘୋଷଣା କରି କର୍ମଚାରୀ ସଂଖ୍ୟା ହ୍ରାସ, ନୂତନ ନିଯୁକ୍ତି ଵନ୍ଦ କରିବା ପ୍ରତିବାଦରେ ଏବଂ ଓଡ଼ିଶାରେ ବିଜେପି ଶାସନ ଅମଳରେ ମହିଳାଙ୍କ ପ୍ରତି ହିଂସା ବଢୁଥିବା ଵେଳେ ସପସ୍ ଆଣ୍ଡ କମର୍ସିଆଲ ଏଷ୍ଟାଵ୍ଲିଶମେଣ୍ଟ ଆକ୍ଟର ପରିବର୍ତ୍ତନ କରି ମହିଳାମାନଙ୍କୁ ରାତ୍ର ସମୟ ଡିଉଟି ଦେବା ଆହୁରି ଅସୁରକ୍ଷା ବୃଦ୍ଧି ସମ୍ଭାଵନା ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ଵାଧୀନ ଫେଡେରେସନଙ୍କ ଆହ୍ବାନ କ୍ରମେ ଆଜି ବାରିପଦା ସ୍ଥିତ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ଏହି ଆନ୍ଦୋଳନରେ ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ ଏବଂ ଏଆଇୟୁଟିୟୁସି ଇତ୍ୟାଦି ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ଭାବେ ଅନୁଷ୍ଠିତ ବିକ୍ଷୋଭ ସମାଵେଶ ଵରିଷ୍ଠ ଏଆଇଟିୟୁସି ନେତା କାହ୍ନୁ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରମିକ ସମାବେଶରେ ସିଆଇଟିୟୁର ଅମଲ ଦେ, ରଵୀ ଗୋସ୍ଵାମୀ, ରଘୁନାଥ ପଣ୍ଡା,ଏଆଇଟିୟୁସିର ପରମେଶ୍ଵର ମହାନ୍ତ, ହୃଷିକେଶ ସାହୁ, ଏଆଇୟୁଟିୟୁସିର ପୀତାମ୍ବର ନାଏକ, ଓଡ଼ିଶା ଫରେଷ୍ଟ ଉଡ୍ ଏଗ୍ରକଲଚର ଆଣ୍ଡ ବିଲଡିଙ୍ଗ କନଷ୍ଟ୍ରକଶନ ଓ୍ଵାର୍କରସ ୟୁନିୟନ ର ମହେଶ୍ଵର ବେହେରା ପ୍ରମୁଖ ଉଦବୋଧନ ଦେଇଥିବା ଵେଳେ, ସିଂହଲତା ମାଝୀ, ପ୍ରଫୁଲ୍ଲ ମହାନ୍ତି, ମନୋରଞ୍ଜନ ପରିଡା, ରାପି ମାଝୀ, ଅଶୋକ ଭଞ୍ଜଦେଓ, ସୁବାସ ତ୍ରିପାଠୀ, ଜଳେଶ୍ଵର ସାମଲ, ଶ୍ରୀକାନ୍ତ ବୋଷ, ସୁଭାଷିନୀ ବିନ୍ଧାଣୀ, ସଞ୍ଜୁଲତା ମହାକୁଡ, ବାସନ୍ତୀ ନାଏକ, ଦିନ ମୁର୍ମୁ, ଗାୟତ୍ରୀ ମହାପାତ୍ର, ହୀରା ମହାକୁଡ, କୁଞ୍ଜଲତା ମହାନ୍ତ, ସୁଶିଳା ପାତ୍ର, ମାନସୀ ନାୟକ, କାବୁ ଦେହୁରୀ ପ୍ରମୁଖଙ୍କ ନେତୃତ୍ଵରେ ବାରିପଦା ଷ୍ଟେସନ ଠାରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଶ୍ରମକାର୍ଯ୍ଯାଳୟ ପର୍ଯ୍ୟନ୍ତ ଯାଇଥିଲା।
