ବାରିପଦା :ତା.୩୦-୧୦-୨୦୨୫
ବାରିପଦା ସ୍ଥିତ ଜିଲ୍ଲlପାଳ ଙ୍କ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷ ଠାରେ ଦୁର୍ନୀତି ସଚେତନତା ସପ୍ତାହ ପାଳନ ଉପଲକ୍ଷେ, ଜିଲ୍ଲା ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି l
ଜିଲ୍ଲlପାଳ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବେ ବାରିପଦା ପୌରପାଳିକା ଅଧ୍ୟକ୍ଷ କୃଷ୍ଣlନନ୍ଦ ମହାନ୍ତି, ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ବାଲେଶ୍ୱର ଦୁର୍ନୀତି ନିବାରଣ ଡିଭିଜନର ଆରକ୍ଷୀ ଅଧିକ୍ଷକ ଅରୁଣ ନାୟକ ପ୍ରମୁଖ ଯୋଗଦେଇଥିଲେ।
ପ୍ରାରମ୍ଭରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ଅଧିକ୍ଷକ ସପ୍ତାହ ପାଳନର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିବା ସହ ଦୁର୍ନୀତି ନିବାରଣ ବିଭାଗର କାର୍ଯ୍ୟାବଳୀର ବ୍ୟାପକ ପରିସର ଏବଂ ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀମତୀ ହାଁସଦା କହିଥିଲେ ଦୁର୍ନୀତିର ମୁଖ୍ୟ କାରଣ ହେଉଛି ଲୋଭ ଓ ବିକୃତ ମାନସିକତା । ସମାଜରୁ ଦୁର୍ନୀତିର ମୂଳଳୋତ୍ପାଟନ ନିମନ୍ତେ ଲୋଭକୁ ପରିହାର କରିବା ପାଇଁ ପଡିବ ଓ ଆମର ମାନସିକତାରେ ସ୍ୱଛତା ଆଣିବାକୁ ପଡିବ । ତେଣୁ ଦୁର୍ନୀତିକୁ ଆପଣେଇବା ଭଳି ବିକୃତ ମାନସିକତା ଠାରୁ ଦୁରେଇ ରହିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇ ଥିଲେ।
ସମ୍ମାନିତ ଅତିଥି ନଗରପାଳ ତାଙ୍କ ବକ୍ତବ୍ୟ ରେ ବର୍ତ୍ତମାନ ପରିସ୍ଥିତି ରେ ଦୁର୍ନୀତି କିପରି ସବୁ କ୍ଷେତ୍ର କୁ ପରିବ୍ୟାପ୍ତ ହୋଇଯାଇଛି ସେବିଷୟ ରେ ଆଲୋକପାତ କରିଥିଲେ ଏବଂ ଏହାକୁ ରୋକିବା ପାଇଁ ସମାଜ ର ପ୍ରତ୍ୟେକ ବର୍ଗର ଲୋକମାନେ ସଚେତନ ହୋଇ ଏହାକୁ ବିରୋଧ କରିବା ପାଇଁ ପରାମର୍ଶ ଦେଇଥିଲେ. ନିଜ କାମ ଶୀଘ୍ର ହାସଲ କରିନେବା ଉଦେଶ୍ୟରେ କାହାକୁ ଲାଞ୍ଚ ଦେବା ଅର୍ଥ ସେ ଲୋକକୁ ଦୁର୍ନୀତିଖୋର ହେବାପାଇଁ ପ୍ରୋତ୍ସାହିତ କରିବା। ତେଣୁ ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ଆମେ ଯିଏ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛୁ, କୌଣସି ପ୍ରକାର ଦୁନୀତିକୁ ପ୍ରଶ୍ରୟ ଦେବା ନାହିଁ ବୋଲି କହିଥିଲେ।
ଜିଲ୍ଲାପାଳ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଦୁର୍ନୀତି ରୋକିବା ରେ ବିଶେଷ କରି ଯୁବ ପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱ ପୂର୍ଣ୍ଣ ଓ ସେମାନେ ଏଥି ପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ଅlଜିରୁ ଚେଷ୍ଟିତ ହେବା ଆବଶ୍ୟକ। ଜୀବନ ରେ ଅନୁଶାସନ ଓ ଅନୁପାଳନ ଏ ଦୁଇଟି ଗୁରୁତ୍ୱପୂର୍ଣ୍ଣ । ସାଧୁତାର ସହ କାର୍ଯ୍ୟ କରି ସେଥିରୁ ଯେଉଁ ଶାନ୍ତି ମିଳିଥାଏ ସେହି ଶାନ୍ତି ଅନ୍ୟ କୌଣସି ଜିନିଷ ରୁ ମିଳିନଥାଏ ବୋଲି ସ୍ପଷ୍ଠକ୍ତି କରିଥିଲେ.ତେଣୁ ସାଧୁତା ହେଉଛି ଜୀବନର ସର୍ବ ଶ୍ରେଷ୍ଠ ଗୁଣ ଏବଂ ଯୁବ ପିଢ଼ି ଙ୍କ ଭିତରେ ଯଦି ଏହି ଗୁଣ ଟି ରହିବ ତେବେ ଆମ ଦେଶ ଭବିଷ୍ୟତ ରେ ନିଶ୍ଚିତ ଏକ ବିକଶିତ ରାଷ୍ଟ୍ର ହୋଇପାରିବ.
ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୁଣ୍ଟୁପାଲ୍ଲି ତାଙ୍କ ବକ୍ତବ୍ୟରେ କହିଥିଲେ ଦୁର୍ନୀତି ଠାରୁ ଦୁରେଇ ରହିବା ସହ ନିଜ ଭିତରେ ସାଧୁତାଭାବକୁ ଜାଗ୍ରତ ରଖିଲେ ଦୁର୍ନୀତି ରୂପକ ସାମାଜିକ ବ୍ୟାଧିରୁ ମୁକ୍ତ ହେବା ସହ ଏକ ସୁସ୍ଥ ବିକଶିତ ରାଷ୍ଟ୍ର ଗଠନ ପାଇଁ ରାସ୍ତା ସୁଗମ ହେବ।
ଏହି ଅବସରରେ ଦୁର୍ନୀତି ସଚେତନତା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ବ୍ୟଙ୍ଗ ଚିତ୍ର ଓ ସ୍ଲୋଗାନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି, ଜିଲ୍ଲାପାଳ ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ.
ଅନୁଷ୍ଠିତ ଉକ୍ତ ସଭା ରେ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ବରିଷ୍ଠ ନାଗରିକ, ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟା, ଆଇନଜୀବି, ସ୍ୱେଚ୍ଛାସେବୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ.
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ଉକ୍ତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଏବଂ ବାରିପଦା ଭିଜିଲାସନ୍ସ ୟୁନିଟର ଇନିସପେକଟର ବିକାଶ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ.
କାର୍ଯ୍ୟକ୍ରମର ସୁପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ବାରିପଦା ଭିଜିଲାନ୍ସ ୟୁନିଟ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ।ବାରିପଦା :ତା.୩୦-୧୦-୨୦୨୫

କାର୍ଯ୍ୟକ୍ରମର ସୁପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ବାରିପଦା ଭିଜିଲାନ୍ସ ୟୁନିଟ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ।