କରଞ୍ଜିଆ ରୃ ହରେକୃଷ୍ଣ ତ୍ରିପାଠୀ-୧୨/୩ ୧୦୭ ତମ ବିଜୁ ଜୟନ୍ତୀ ଉପଲକ୍ଷେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି l କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକର କଲ୍ଯାଣ ମଣ୍ଡପ ପରିସର ର ଶହ ଶହ ମହିଳା ମାନଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ମା ବାସୁଳି ମନ୍ଦିର ନିକଟରୁ ମହିଳା ମାନଙ୍କ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ରୁଗୁଡ଼ିବେଡାରେ ପହଞ୍ଚିଥିଲା l ପଦ୍ମଲୋଚନ ନନ୍ଦଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ମହିଳା, ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ ମହିଳା ତଥା କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ l ସରକାରୀ ଯୋଜନାର ସଫଳତା ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇ ଦଳକୁ ଜନ ସେବାରେ ଲଗାଇବା ସହିତ ଅଧିକ ଲୋକପ୍ରିୟ ଓ ଜନାଦୃତ କରିବା ଦିଗରେ ପ୍ରୟାସ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନ,ସମାନତା ଓ ସଶକ୍ତିକରଣ ହୋଇ ମହିଳା ମାନେ ଆଗେଇ ଆସନ୍ତୁ । ୧ ନମ୍ବର ମୂଖ୍ଯ ମନ୍ତ୍ରୀଙ୍କୁ ଆସନ୍ତୁ ସମସ୍ତେ ଶାମିଲ ହୋଇ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୂଖ୍ଯ ମନ୍ତ୍ରୀ ରୁପେ ଦେଖିବାକୁ ଚହିଁବା ଏହି କାର୍ଯ୍ୟକ୍ରମ ରେ ରାଜକିଶୋର ଦାଶ ବିଧାୟକ ମୋରଡ଼ା, ଦିଲ୍ଲୀପ ସାହୁ ରାଜ୍ଯ କାର୍ଯ୍ୟ କାରିଣୀ ସଭାପତି ବରିଷ୍ଠ ବିଜେଡି ନେତା ଗିରିଧାରୀ ପୃଷ୍ଟି, , କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, କମଳା ତିରିଆ , ତନୁଜା ମହାନ୍ତ ଜିଲ୍ଲା ମହିଳା ସଭାପତି ,ଅନିଶ ମାନା ଜିଲ୍ଲା ଛାତ୍ର ସଭାପତି, ନମିତା ଘଣ୍ଟିଆଳି ଜିଲ୍ଲା ମହିଳା ଉପ ସଭାପତି, ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା, ଠାକୁରମୁଣ୍ଡା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ପ୍ରହଲ୍ଲାଦ ମଢେଇ,ସଦସ୍ଯା ପୁର୍ଣିମା ବାଗସିଂ, ଠାକୁରମୁଣ୍ଡା ବିଜେଡି ବ୍ଲକ ସଭାପତି ନନ୍ଦକିଶୋର ବାରିକ , ସମିତି ସଭ୍ଯ ଅଜୟ କୁମାର ପଲେଇ ପ୍ରମୁଖ ଯୋଗଦେଇ ନିଜର ବାର୍ତ୍ତା ରଖିଥିଲେ l ମହିଳା ସମାବେଶ ର ସଫଳତା ପାଇଁ ନେତୃବୃନ୍ଦ କର୍ମୀ ମାନଙ୍କ ନିଷ୍ଠା ପ୍ରତି ସାଧୁବାଦ ଜଣାଇଥିଲେ l ଏହି କାର୍ଯ୍ୟକ୍ରମ ରେ ଯୁବ ସମାଜ ସେବି ଦୀପକ କୁମାର ନାୟକ, ସୁବୋଧ ବାରିକ, ଅନୁଭବ ମହାପାତ୍ର ଛାତ୍ର ଉପ ସଭାପତି, ଅନୁପ ପଣ୍ଡା ଛାତ୍ର ସାଧାରଣ ସମ୍ପାଦକ , ଜଗନ ପାତ୍ର , ବୁଲୁ ସାହୁ ,ଏସ୍ ରାଜୁ , ଦେବାଶିଷ ସେନାପତି ,ଆଲୋକ ମାଣିକ, ପ୍ରଦୀପ ଭୁତୁରା, ଶମେସ ନାଏକ, ଲିଟୁ ପଲେଇ, ଅଜୟ ସାହୁ ,ଶୋରଜ ବାରିକ ,ଆକାଶ ରାମ ପ୍ରମୁଖ ସହଯୋଗ କରିଥିବା ବେଳେ ବିଜେଡି ବ୍ଲକ ଛାତ୍ର ସଭାପତି ନୀତିଶ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *