ବାରିପଦା ତା ୧୦-୦୯-୨୦୨୫ ରିଖ
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗକୁ ନେଇ ସୁସ୍ଥ ନାରୀ ଓ ସଶକ୍ତ ପରିବାର ସମ୍ପର୍କିତ ଏକ ବିଭିନ୍ନ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅନିଲ କୁମାର ମହାନ୍ତି ଏହି ଅଭିଯାନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇ ଥିଲେ । ଏହି କାର୍ଯ୍ୟକ୍ରମ ଚଳିତ ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୁଖ୍ୟତଃ ଗ୍ରାମ୍ୟ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଯଥ ଅଣସଂକ୍ରାମକ ରୋଗ ଚିହ୍ନଟକରଣ, ଟିବି ରୋଗର ପରୀକ୍ଷା , ମା ମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ଯଥା ଅଣସଂକ୍ରାମକ ରୋଗର ଚିହ୍ନଟ କରଣ, ଟିଭି ରୋଗର ପରୀକ୍ଷା, ଟୀକାକରଣ,ବିଭିନ୍ନ ପ୍ରକାର କର୍କଟ ରୋଗ, ସିକିଲ ସେଲ, ଓ ଥାଲାସେମିଆ ଇତ୍ୟାଦି ରୋଗର ପରୀକ୍ଷା, ଗର୍ଭବତୀ ମା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭିନ୍ନ ବିଭାଗର ସମନ୍ୱୟ ସହିତ ସମାଜର ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯାଇ ବ୍ୟାପକ ସଚେତନତା ସୃଷ୍ଟି କରି ମହିଳା ମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅଧିକ ରୁ ଅଧିକ ସଂଖ୍ୟକ ମହିଳା ଓ ମା ମାନଙ୍କ ଅଂଶ ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ। ଏଥି ସହିତ ଏହି ଅଭିଯାନ ସମୟରେ ପି ଏଚ ସି, ସି ଏଚ ସି ଓ ଅନ୍ୟାନ୍ୟ ସବସେଣ୍ଟର ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ ଓ ଵୟୋବନ୍ଦନା ଯୋଜନାରେ ପଞ୍ଜିକରଣ ବ୍ୟବସ୍ଥା ମଧ୍ୟ କରାଯିବ।

ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ଆମ ଜିଲ୍ଲା ଏକ ଆଦିବାସୀ ବହୁଳ ଅଂଚଳ ହୋଇଥିବା ହେତୁ ଏହି କାର୍ଯ୍ୟକ୍ରମକୁ ଏକ ମିଶନ ମୋଡ଼ କରିବା ପାଇଁ ପଡିବ। ଏହାର ଶତ ପ୍ରତିଶତ ସଂତୃପ୍ତି ହାସଲ ପାଇଁ ଦାୟିତ୍ୱର ସହ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର କିଶୋର କୁମାର ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ କିଭଳି ସଫଳତା ର ସହ ଜିଲ୍ଲା ରେ କରାଯିବ ସେଥିଲାଗି ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ବିଜୟ କୁମାର ଦାସ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଶାନ୍ତନୁ ଦାସ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅନିଲ କୁମାର ମହାନ୍ତି, ଅଣସଂକ୍ରାମକ ରୋଗ ବିଭାଗର ନିହାର ରଞ୍ଜନ ପୃଷ୍ଟି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିହାରିକା ମହାନ୍ତି,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *