ବାରିପଦା – ତା :- 13/03/2023 ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଆସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଓ ସି ଏ ଭିଜନ – 2024 ଆନ୍ତଃ କ୍ଲବ କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନର ପ୍ରଥମ ମ୍ୟାଚରେ ଡି ଆର କେ – ଏ ଜେ କେ ସି ସି କୁ 6 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଡି ଆର କେ -ଏ 26 ଓଭରରେ ସମସ୍ତ ଉଇକେଟ ହରାଇ 123 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ପ୍ରିତମ ବେହେରା 34 ଓ ମିର ଆକବର ଅଲ୍ଲୀ 26 ରନ କରିଥିବା ବେଳେ ବିପକ୍ଷ ଦଳର ମୋହିତ କଂକାରିଆ 3 ଟି, ସୁବ୍ରତ ସିଂହ ଓ ସାଇବା ସିଂହ 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଡି ଆର କେ – ଏ 26.1 ଓଭରରେ 4 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଅମିତାଭ ଦାସ 41, ଶୁଭମ ମହାନ୍ତି 34 ଓ ସୁବ୍ରତ ସିଂହ 26 ରନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିବାବେଳେ ବିପକ୍ଷ ଦଳର ସୁଭାଶିଷ ଦେ 2 ଟି ଉଇକେଟ ନେଇଥିଲେ I କଲେଜ ପଡିଆରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚରେ କରଞ୍ଜିଆ ମୟୁରଭଞ୍ଜ – ବି କୁ 10 ଉଇକେଟରେ ରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ – ବି 15.1 ଓଭରରେ 9 ଉଇକେଟ ହରାଇ 75 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ମାନସ ରଞ୍ଜନ ମହାନ୍ତ 32 ରନ କରିଥିବା ବେଳେ ସୁଵିତ ସେଠି ଓ କ୍ଷେତ୍ରବାସୀ ବାରିକ 3 ଟି ଲେଖାଏଁ ଏବଂ ପ୍ରବୀଣ ଘଣା 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ କରଞ୍ଜିଆ 7.4 ଓଭରରେ କୌଣସି ଉଇକେଟ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଶ୍ରୀମନ୍ତ ସାହୁ 39 ଓ ଜୟରାମ ଟୁଡୁ 26 ରନ କରିଥିଲେ I ସୁଵିତ ସେଠି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ଅମିତାଭ ପଟ୍ଟନାୟକ, ଦେବାଶିଷ ଗୁପ୍ତା, ଦିଲ୍ଲୀପ ଦାସ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ଓ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I ଅତିଥି ଭାବେ ଯୋଗ ଦେଇ ଆସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଓ ମନୋଜ ସାଓ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ କ୍ରିକେଟ ସହ ସମ୍ପାଦକ ହରପ୍ରସାଦ ପାତ୍ର ଏବଂ ସହ ସମ୍ପାଦକ ବୈଦ୍ୟନାଥ ରଥ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *