ବାରିପଦା – ତା :- 12/03/2023 ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଆସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଓ ସି ଏ ଭିଜନ – 2024 ଆନ୍ତଃ କ୍ଲବ କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନର ଏକ ମାତ୍ର ମ୍ୟାଚରେ ଡି ଆର କେ – ବି କୁ 17 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଡି ଆର କେ – ବି 39 ଓଭରରେ ସମସ୍ତ ଉଇକେଟ ହରାଇ 229 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ମେରି ଲୋକନାଥ 44, ମନୋଜ ପ୍ରଧାନ 33, ସୌମ୍ୟ ରଞ୍ଜନ ମହାନ୍ତ 31, ପ୍ରୀତପାଲ ସିଂହ 26 ଓ ଭବାନୀ ଶଙ୍କର ପାତ୍ର 24 ରନ କରିଥିବା ବେଳେ ବିପକ୍ଷ ଦଳର ଲୋକନାଥ ପୃଷ୍ଟି 4 ଟି ଓ ସୌର ବେହେରା 3 ଟି ଉଇକେଟ କରିଥିଲେ I ଉତ୍ତରରେ ମୟୁରଭଞ୍ଜ – ଏ 39 ଓଭରରେ ସମସ୍ତ ଉଇକେଟ ହରାଇ ଶୁଭମ ନାଏକଙ୍କ ଶତକ ବଳରେ 212 ରନ ସଂଗ୍ରହ କରିପାରିଥିଲେ I ବିପ୍ରାଂଶୁ ସିଂହ ମଧ୍ୟ 25 ରନ କରିଥିବା ବେଳେ ବିପକ୍ଷ ଦଳର ଦିବ୍ୟ ରଞ୍ଜନ ଦାସ 3 ଟି ଉଇକେଟ ନେଇଥିଲେ ଏବଂ ଭବାନୀ ଶଙ୍କର ପାତ୍ର ମଧ୍ୟ 3 ଟି ଉଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ଅତିଥି ଭାବେ ଯୋଗ ଦେଇ ପୂର୍ବତ୍ତନ କ୍ରିକେଟ ଖେଳାଳି ସୁଶାନ୍ତ ପଟ୍ଟନାୟକ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ କ୍ରିକେଟ ସହ ସମ୍ପାଦକ ହରପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *