ବାରିପଦା – ତା :- 11/03/2023 ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଆସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଓ ସି ଏ ଭିଜନ – 2024 ଆନ୍ତଃ କ୍ଲବ କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନର ପ୍ରଥମ ମ୍ୟାଚରେ ଜେ କେ ସି ସି ମୟୁରଭଞ୍ଜ ବି କୁ 5 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ ବି 27.2 ଓଭରରେ ସମସ୍ତ ଉଇକେଟ ହରାଇ 149 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଦୀନକୃଷ୍ଣ ନାୟକ 47 ଓ ସୌମ୍ୟ ରଞ୍ଜନ ଦାଶ 25 ରନ କରିଥିବା ବେଳେ ବିପକ୍ଷ ଦଳର ବିତିଦେବ ଜେନା 4 ଟି ଉଇକେଟ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ସଂଜୀବ ମହାପାତ୍ର ମଧ୍ୟ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଜେ କେ ସି ସି 21.2 ଓଭରରେ 5 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ମନୀଷ ରାୟବାବୁ 65 ଓ ଶ୍ୱେତ ଦାସ 27 ରନ କରିଥିବା ବେଳେ ବିପକ୍ଷ ଦଳର ଦେବାଶିଷ ସାହୁ 3 ଟି ଉଇକେଟ ନେଇଥିଲେ I କଲେଜ ପଡିଆରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚରେ ବି ଜେ ଏମ ସି ସି ଉଦଳା କୁ 10 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ବି ଜେ ଏମ ସି ସି 38.5 ଓଭରରେ ସମସ୍ତ ଉଇକେଟ ହରାଇ ବାସ୍ତବ ମହାନ୍ତଙ୍କ ଶତକ ବଳରେ 251 ରନ ସଂଗ୍ରହ କରିଥିଲେ I ଅଭିଳାଷ ଦାସ 31 ଓ ଦୀପକ ମୁଣ୍ଡା 24 ରନ କରିଥିବା ବେଳେ ସୁରଜ ମାହାନା ଓ ବିରୁ ଟୁଡୁ 3 ଟି ଲେଖାଏଁ ଏବଂ ରୋହିତ ମୁଦି 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଉଦଳା 40 ଓଭରରେ 8 ଉଇକେଟ ହରାଇ 241 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ପ୍ରିତମ ଆଚାର୍ଯ୍ୟ 81, ବିରୁ ଟୁଡୁ 43 ଓ ରୋହିତ ମୁଦି 35 ରନ କରିଥିବା ବେଳେ ଶେଖ ନଫିସୁଲ ହୁସେନ 3 ଟି ଏବଂ ଅର୍ଜିତ ମିଶ୍ର ଓ ଦୀପକ ମୁଣ୍ଡା 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ବାସ୍ତବ ମହାନ୍ତ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ଅମିତାଭ ପଟ୍ଟନାୟକ, ଦେବାଶିଷ ଗୁପ୍ତା, ଦିଲ୍ଲୀପ ଦାସ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ଓ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I ଅତିଥି ଭାବେ ଯୋଗ ଦେଇ ଉପ ନଗରପାଳ ସୀମା ଦାସ ଓ ଉଦ୍ୟୋଗପତି ଅମିତ କୁମାର ପଣ୍ଡା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଏବଂ ସହ ସମ୍ପାଦକ ଅଶୋକ ପଟ୍ଟନାୟକ ଓ ବୈଦ୍ୟନାଥ ରଥ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *