ବାରିପଦା, ୦୯-୧୦-୨୦୨୫ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୀଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ସେପ୍ଟେମ୍ବର ମାସରେ ଅବସର ଗ୍ରହଣ କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ମିଶାଇ ୬ଜଣଙ୍କ ଉଦ୍ଦେଶ୍ୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଏହି କର୍ମଚାରୀ ମାନେ ଅବସର ଗ୍ରହଣ କରିଛନ୍ତି I ଜିଲ୍ଲାସ୍ତରୀୟ ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେI ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଂଜନ ଆଚାର୍ଯ୍ୟ,ଖୁଣ୍ଟା ଗୋଷ୍ଠୀ ଶିକ୍ଷା ଅଧିକାରୀ ମନମୋହନ ହେମ୍ବ୍ରମ,ସେକ୍ସନ ଅଫିସର ସୁଦିପ୍ତ କୁମାର ମୋୖଲିକ୍,ବରିଷ୍ଠ ସହାୟକ ଶକୁନ୍ତଳା ସେଠୀ ଓ କନିଷ୍ଠ ସହାୟକ ପିନାକୀ ବେରା, କ୍ଷେତ୍ର ମୋହନ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସେଠୀ ଅବସର ଗ୍ରହଣ କରିଥିବା ସମସ୍ତଙ୍କୁ ଅବସର କାଳୀନ ସମ୍ଭନ୍ଧିତ କାଗଜପତ୍ର ସହ ଉତ୍ତରୀୟ ପ୍ରଦାନ କରିଥିଲେ ଏବଂ ସେମାନଙ୍କର ଉତ୍ତରତ୍ତର ଉନ୍ନତି ଓ ନିରାମୟ ଜୀବନ କାମନା କରିଥିଲେ Iଏଥିରେ ବହଳଦା ବ୍ଲକର ଜାରିତାଣ୍ଡି ହାଇ ସ୍କୁଲର ପ୍ରଧାନ ଶିକ୍ଷକ ରାଜ କିଶୋର ମହାନ୍ତ, ତିରିଂ ବ୍ଲକର ବଡଭୁଣ୍ଡୁ ୟୁଜି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ବସା, କରଞ୍ଜିଆ ବ୍ଲକର କେରକେରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାନୁମତି ମହାନ୍ତ, ବିଶୋଇ ବ୍ଲକର ବି.ଏସ.ଆଇ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିନୋଦ କୁମାର ମହାନ୍ତ, ଠାକୁରମୁଣ୍ଡା ବ୍ଲକର ଏସ.ସି ହାଇସ୍କୁଲର ଶିକ୍ଷକ ଅଞ୍ଜନ କୁମାର ପଲେଇ,ଶୂଳିଆପଦା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ମାଝିଆଣି ତୋଫାର ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେଶ ଚନ୍ଦ୍ର ଭଞ୍ଜଙ୍କୁ ପେନସନ ସମ୍ଭନ୍ଧୀୟ କାଗଜପତ୍ର ପ୍ରଦାନ କରାଯାଇଥିଲାI ଅବସରପ୍ରାପ୍ତ କୃତି ଶିକ୍ଷକ ଡକ୍ଟର ଶଶୀଧର ବିଶ୍ୱାଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଜିଲ୍ଲା ଜୁନିୟର ରେଡ କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ଧନ୍ୟବାଦ ଅର୍ପଣ କରିଥିଲେ Iଏଥିରେ ଓଷ୍ଠାର ରାଜ୍ୟ ଉପ ସଭାପତି ଜ୍ଞାନ ରଞ୍ଜନ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I
