ବାରିପଦା : ତା ୦୯-୧୦-୨୦୨୫
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ରେ ରାଜ୍ୟର ବରିଷ୍ଠ ନାଗରିକ ବିଶେଷ କରି ଯେଉଁ ମାନେ ଆର୍ଥିକ ସ୍ଵଚ୍ଚଳତା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସମସ୍ୟା ହେତୁ ତୀର୍ଥ ଯାତ୍ରାରୁ ବଂଚିତ ହେଉଥିଲେ ସେମାନେ ବିଭିନ୍ନ ତୀର୍ଥ ସ୍ଥାନ ଦର୍ଶନ କରିବା ପାଇଁ ସୁଯୋଗ ପାଉଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉକ୍ତ ଯୋଜନା ବରିଷ୍ଠ ନାଗରିକଙ୍କ ପାଇଁ ବେଶ ସହାୟକ ହବା ସହିତ ସେମାନଙ୍କ ମନରେ ଆନନ୍ଦ ଆଣିଦେଇପାରିଛି.ଏହି କ୍ରମରେ ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ୧୯୬ ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରା ପାଇଁ ମନୋନୀତ ହୋଇଛନ୍ତି . ଏହି ମନୋନୀତ ବରିଷ୍ଠ ନାଗରିକ ମାନେ ଚଳିତ ବର୍ଷ ୦୬-୧୧-୨୦୨୫ ରୁ ୧୨-୧୧-୨୦୨୫ ପର୍ଯ୍ୟନ୍ତ ତୀର୍ଥ ଯାତ୍ରାରେ ଅଯୋଧ୍ୟା- ବାରଣାସୀ ଯିବାକୁ ଥିବାବେଳେ ଆସନ୍ତା ୦୬-୧୧-୨୦୨୫ ତାରିଖରେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ତରଫରୁ ତାଙ୍କ ନିଜନିଜ ବ୍ଲକରୁ ମନୋନୀତ ହୋଇଥିବା ବରିଷ୍ଠ ନାଗରିକ ମାନଙ୍କୁ ଆଣି ସକାଳ ୮ଘଟିକା ସୁଦ୍ଧା ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ପହଞ୍ଚାଇବା ବ୍ୟବସ୍ଥା କରିବେ. ତାପରେ ସକାଳ ୯ ଘଟିକା ସମୟରେ ଡାକ୍ତରୀ ପରୀକ୍ଷା କରାଯାଇ କିଛି ସମୟ ବିଶ୍ରାମ ନେବା ପରେ ଅପରାହ୍ନ ୩ଘଟିକା ସମୟରେ ବାଲେଶ୍ୱର ଅଭିମୁଖେ ବସରେ ଯାତ୍ରା କରିବେ। ବାଲେଶ୍ୱର ଠାରେ ସେହିଦିନ ରାତ୍ରି ରହଣି ପରେ ତା’ପରଦିନ ତା ୦୭-୧୧-୨୦୨୫ ରିଖ ବାଲେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ରେଳ ଯୋଗେ ଅଯୋଧ୍ୟା-ବାରଣାସୀ ଅଭିମୁଖେ ତୀର୍ଥ ଯାତ୍ରାରେ ବାହାରିବେ. ଯାତ୍ରା ସମୟ ରେ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ର କିଛି ଅଧିକାରୀ ମାନେ ମଧ୍ୟ୍ ସେମାନଙ୍କ ସହିତ ଯିବାର ବ୍ୟବସ୍ଥା ହୋଇଛି. ଉକ୍ତ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଶେଷ ହେଲାପରେ ପୁଣି ସ୍ୱତନ୍ତ୍ର ଟ୍ରେନ ଯୋଗେ ବାଲେଶ୍ୱର ରେଳ ଷ୍ଟେସନକୁ ୧୨-୧୧-୨୦୨୫ ରିଖ ପ୍ରତ୍ୟାବର୍ତନ କରିବେ ଏବଂ ବାଲେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ବସ ଯୋଗେ ସେମାନଙ୍କୁ ପୁଣି ବାଲେଶ୍ୱରରୁ ବାରିପଦା ଅଣାଯିବ ଏବଂ ବାରିପଦା ପହଂଚିବା ପରେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ତରଫରୁ କରାଯାଇଥିବା ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ନିଜ ନିଜ ଘରକୁ ପହଞ୍ଚାଇବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀଣୀ ସୂଚନା ଦେଇଛନ୍ତି.
