ବାରିପଦା :ତା 25-01-2023 ରିଖ ଆଜି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ତ୍ରୟୋଦଶ ଜାତୀୟ ମତଦାତା ଦିବସ -2023 ପାଳିତ ହୋଇଯାଇଛି. ଏହି ଅବସରରେ ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଙ୍କ ଆଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ ସେଣ୍ଟର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ପ୍ରାରମ୍ଭ ରେ ଅତିରିକ୍ତ ଜିଲ୍ଲାପାଳ ବୈଠକ ରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ଭୋଟର ଦିବସ ପାଳନ ଉପଲକ୍ଷେ ଉଦିଷ୍ଟ ଶପଥ ପାଠ କରାଇଥିଲେ. ଏହାପରେ ଚଳିତ ବର୍ଷ ଭୋଟର ଦିବସ ପାଳନ ପରିପ୍ରେକ୍ଷୀରେ ଭାରତର ନିର୍ବାଚନ ଆୟୋଗ ଙ୍କ ଦ୍ୱାରା ପ୍ରଦତ୍ତ ବିଷୟ ବସ୍ତୁ “ମତଦାନ ର ନାହିଁ ବିକଳ୍ପ : ଭୋଟ ମୁଁ ନିଶ୍ଚୟ ଦେବି କଲି ସଂକଳ୍ପ ” ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ. ଏତଦ ବ୍ୟତୀତ ଭୋଟର ତାଲିକା ରେ ନୂତନ ଭାବେସଂଯୁକ୍ତ ହୋଇଥିବା 18 ବର୍ଷୀୟ /ବର୍ଷୀୟା ଯୁବ ଭୋଟର ମାନଙ୍କୁ ଆଗକୁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମୟ ରେ ନିଶ୍ଚିତ ଭାବେ ସେମାନେ ତାଙ୍କର ମତଦାନ ସାବ୍ୟସ୍ତ କରିବା ପାଇଁ ପରାମର୍ଶ ଦେବା ସହିତ ଉତ୍ସାହିତ କରିଥିଲେ. କାରଣ ନିର୍ବାଚନ ରେ ପ୍ରତ୍ୟେକଟି ଭୋଟ ମୂଲ୍ୟବାନ ଯାହାକି ଗଣତନ୍ତ୍ର କୁ ସୃଦୃଢ଼ କରିବା ସହ ଦେଶର ସାମଗ୍ରିକ ବିକାଶ ରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ. ଏହି ଅବସରରେ ଅତିରିକ୍ତ ଜିଲ୍ଲlପାଳ କେତେକ ନୂତନ ଯୁବ ଭୋଟର ମାନଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରିବା ସହ ଭୋଟର ଦିବସ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଏବଂ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବା କର୍ମଚାରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ପୁରସ୍କୃତ କରିଥିଲେ.ପ୍ରକାଶ ଥାଉକି ଏହି ଦିବସ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ଶୁଭଉଦଘାଟନ କରିଥିଲେ ଯାହାକି ସହର ପରିକ୍ରମା କରି ସ୍ଲୋଗାନ ଜରିଆରେ ମୁକ୍ତ ତଥା ସ୍ୱଚ୍ଛ ନିର୍ବାଚନ ଏବଂ କୌଣସି ପ୍ରକାର ପ୍ରଲୋଭନର ବଶବର୍ତ୍ତୀ ନହୋଇ ନିର୍ଭୟ ଭାବେ ମତଦାନ ସମ୍ପର୍କିତ ସଚେତନତା ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇ ଥିଲେ. ଅନୁଷ୍ଠିତ ବୈଠକ ରେ ଶ୍ରୀ ମନୋରଞ୍ଜନ ନାୟକ, ସହାୟକ ଜିଲ୍ଲାପାଳ, ନିର୍ବାଚନ, କଲେକ୍ଟୋରେଟ, ବାରିପଦା ପ୍ରମୁଖ ଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ବୁଥ ସ୍ତରୀୟ ଅଧିକାରୀ ଓ ଛାତ୍ରଛାତ୍ରୀ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ.