ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟେରିୟମ, ତକତପୁର, ବାରିପଦା ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ସେମିନାର ର ଆଭିମୁଖ୍ୟ ଓ ନିୟମାବଳୀ ଜଣାଇଥିଲେ l ମୁଖ୍ୟଅତିଥିଭାବେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର ଯୋଗ ଦେଇଥିଲେ l ଚଳିତ ବର୍ଷର ବିଜ୍ଞାନ ଆଲୋଚନା ଚକ୍ର ପ୍ରସଙ୍ଗ ‘ କ୍ଵାଣ୍ଟମ ଯୁଗର ଆରମ୍ଭ : ସମ୍ଭାବନା ଓ ଆହ୍ୱାନ ‘ ଉପରେ ଜିଲ୍ଲାରୁ ୨୬ଟି ବ୍ଲକରୁ ୨୬ ଜଣ ଗାଇଡ଼ ଶିକ୍ଷକ ସହିତ ଆସିଥିବା ୨୬ ଜଣ ପ୍ରତିଯୋଗୀ ସନ୍ଦର୍ଭ ଉପସ୍ଥାପନ କରିଥିଲେ l ବିଚାରକ ଭାବରେ ବାବାବଳିଆ ମହାବିଦ୍ୟାଳୟ, ବାଇଗଣବାଡ଼ିଆ ର ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ଡ଼ ସୁବ୍ରତ କୁମାର ଦାଶ, ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ର ପ୍ରଶିକ୍ଷକ ଡ଼ ପ୍ରିୟରଞ୍ଜନ ଦାଶ, ଶ୍ରୀରାମଚନ୍ଦ୍ର ଭଞ୍ଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ତନୁଶ୍ରୀ ସେନାପତି ଯୋଗ ଦେଇଥିଲେ l ପ୍ରତିଯୋଗିତା ରେ ବହଳଦା ବ୍ଲକ ଅନ୍ତର୍ଗତ ଓଏଭି, ଝାରଗାଁ ର ଆଲିଶା ପଣ୍ଡା, କୁସୁ୍ମୀ ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ,ଜୟପୁର ର କ୍ଷୀରବଧି ତନୟା ମହାନ୍ତି, ରାସଗୋବିନ୍ଦପୁର ବ୍ଲକ ଓଏଭି, ମହୁଲିଆ ର ଓମଶ୍ରୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି l ବିଜୟୀ ପ୍ରଥମ ପ୍ରତିଯୋଗୀ ଚଳିତ ଅକ୍ଟୋବର ମାସ ୧୫ ତାରିଖ ରେ ଭୂବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ରେ ତାଙ୍କର ସନ୍ଦର୍ଭ ଉପସ୍ଥାପନ କରିବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା l ସେମିନାର ଆରମ୍ଭରେ ବିଜ୍ଞାନ ଶିକ୍ଷକ ବସନ୍ତ ଦତ୍ତ, ନୟନ ଗିରି, ଅତସୀ କୁଣ୍ଡୁ ଓ ଶିକ୍ଷକ ଅଜିତ ମହାନ୍ତି ବିଭିନ୍ନ ବ୍ଲକରୁ ଆସିଥିବା କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ କରିଥିଲେ l ଉଦଯାପନୀ ସମାରହରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂହ ଓ ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ବିଜ୍ଞାନ ଶିକ୍ଷକ ନୟନ ଗିରି ସେମିନାର ସଂଯୋଜନା କରିଥିଲେ l ବିଜ୍ଞାନ କେନ୍ଦ୍ରର ସଂଯୋଜକ ଶତାବ୍ଦୀ ଷଡ଼ଙ୍ଗୀ ଙ୍କ ସମେତ କେନ୍ଦ୍ରରେ ସମସ୍ତ କର୍ମଚାରୀ ସେମିନାର ସଫଳତା ପାଇଁ ପୂର୍ଣ୍ଣମାତ୍ରା ରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଭୀଷ୍ମଦେବ ମହାନ୍ତ, ମନୋଜ ପାତ୍ର, ମନୋଜ ପରିଡା ସହଯୋଗ କରିଥିଲେ l ଧନ୍ୟବାଦ ଅର୍ପଣ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ କରିଥିଲେ l

Leave a Reply

Your email address will not be published. Required fields are marked *