ବାରିପଦା -ତା -17-09-2025-ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ବାରିପଦା ସ୍ଥିତ ମହାରାଣୀ ପ୍ରେମ କୁମାରୀ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଚାରୋଟି ବିଭାଗ ରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉଚ୍ଚ ପ୍ରାଥମିକ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ମୋରଡା ବ୍ଲକ ଓଏଭି ର ସାଧନା ସେଜଲ ସ୍ୱାଇଁ,ବାରିପଦା ସ୍ଥିତ ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଆର୍ଯ୍ୟ ସାନଭି ଶତପଥୀ,ବାରିପଦା ସ୍ଥିତ ଏମକେସି ସରକାରୀ ଉଚ୍ଚ ବିଦ୍ୟାଳୟ ର ଅଙ୍କିତ ଦାସ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ବାରିପଦା ସ୍ଥିତ ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଆଦ୍ୟାଶା ଦାସ,ବାରିପଦା ସ୍ଥିତ ବଳାଙ୍ଗୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଡୁମୁନି ମୁର୍ମୁ, ମୋରଡା ବ୍ଲକ ଓଏଭି ର ପ୍ରଭୁପଦ ନାଏକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ବାରିପଦା ସ୍ଥିତ ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ତନୁଶ୍ରୀ ଦାସ, ନନ୍ଦିତା ପ୍ରଭା ଦାସ, ରଶ୍ମିରେଖା ଦାସ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ବାରିପଦା ତକତପୁର ସ୍ଥିତ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ର ଚୟନ କୁମାର ରଣା,ପ୍ରତ୍ୟୁଷା ବାରିକ, ଅଭିଳାଶ ନାଗ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଅକ୍ଟୋବର ମାସ ଦୁଇ ତାରିଖ ଜିଲ୍ଲା ପ୍ରଶାସନ ଦ୍ୱାରା ଗାନ୍ଧୀ ଜୟନ୍ତୀ ପାଳନ ଉଦ୍ଦେଶ୍ୟ ରେ ବାରିପଦା ସ୍ଥିତ ଗାନ୍ଧୀ ପାର୍କରେ ପୁରସ୍କୃତ ହେବେ l ବିଚାରକ ଭାବେ ବେତନଟୀ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ସାମଲ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅତୁଲ କୁମାର ପରିଡା ଯୋଗ ଦେଇଥିଲେ l ପ୍ରତିଯୋଗିତା ପରିଚାଳନା ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଞ୍ଜୟ କୁମାର କଲିଆ,ଶିକ୍ଷୟିତ୍ରୀ ସୁଦତ୍ତା ବାରିକ,ଶିକ୍ଷକ ମନୋଜ ପରିଡା,ଦୀପକ ରାମ, ଅଜିତ କୁମାର ମହାନ୍ତି, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ଅଫିସ ସହାୟକ ପ୍ରବୀର କୁମାର ବେହେରା ପ୍ରମୁଖ କରିଥିଲେ l