ଠାକୁରମୁଣ୍ଡା-ହରେକୃଷ୍ଣ ତ୍ରିପାଠୀ- 2/୮- ମୟୁରଭଞ୍ଜ ଜିଲ୍ଲାରେ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଶିକ୍ଷକ ମାନଙ୍କର ଅଡୁଆ ଦିନକୁ ଦିନ ବଢ଼ୁଥିବା ବେଳେ, ସରକାର ଏବଂ ପ୍ରଶାସନ ମଧ୍ୟ ବର୍ତ୍ତମାନ ଏଦିଗରେ କୋଠର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛନ୍ତି. ତେବେ ପୂର୍ବରୁ ମଧ୍ୟ ଜିଲ୍ଲାର ବହୁ ଶିକ୍ଷକଙ୍କ ନାମରେ ଏଭଳି ଅଭିଯୋଗ ରହିଥିବା ବେଳେ, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏବେବି ବହୁ ଶିକ୍ଷକ ଚାକିରୀ କରୁଛନ୍ତି.
ଏଭଳି ଏକ ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ
ବାଉଁଶ ପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋଜ କୁମାର ଶତପଥୀ ଙ୍କ ନାମରେ.। ସେ ଶିକ୍ଷା ସହାୟକ ଭାବେ ୨୦୦୫ ରେ ଚାକିରୀ ପାଇଥିଲେ. ସେତେବେଳେ ସେ ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଗୋଡପଳସାର ସ୍ଥାୟୀ ବାସିନ୍ଦା ବୋଲି ବୋଲି ମିଥ୍ୟା ବାସସ୍ଥାନ ପ୍ରମାଣ ପତ୍ର ଦେଇଥିଲେ. କିନ୍ତୁ ସର୍ଭିସ ବହିରେ ଭଦ୍ରକ ଆଗରପଡାର ବାସିନ୍ଦା ବୋଲି ଦର୍ଶାଇଥିବାର ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି.। ଚାକିରୀ ଜଏନ କରିବା ସମୟରେ ସେ ଦେଇଥିବା ବାସିନ୍ଦା ପ୍ରମାଣପତ୍ର ଅବୈଧ ବୋଲି ରରୁଆଁ ତହସିଲଦାର ମଧ୍ୟ ତଥ୍ୟ ଦେଇଛନ୍ତି.
ତେବେ 2005 ରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ବାହାରିଥିବା ବିଜ୍ଞପ୍ତି ରେ ମୟୁରଭଞ୍ଜ ଜିଲ୍ଲାରେ ଚାକିରୀ ଆବେଦନ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲାର ବାସିନ୍ଦା ହୋଇଥିବା ମାନଦଣ୍ଡ ନ୍ୟାସନାଲ ରହିଥିଲା. ଏଣୁ ସେତେବେଳେ ଚଞ୍ଚକତା କରି ଶିକ୍ଷକ ଶ୍ରୀ ଶତପଥି ରରୁଆଁ ବ୍ଲକ ଗୋଡ଼ପଳସା ର ଜାଲି ବାସିନ୍ଦା ପ୍ରମାଣପତ୍ର ଦେଇ ବେଆଇନ ଭାବେ ଚାକିରୀ ହାତେଇ ନେଇଥିବା ଅଭିଯୋଗ ହୋଇଛି. ତେବେ ଏବାବଦରେ ଶିକ୍ଷକ ଶ୍ରୀ ଶତପଥିଙ୍କୁ ପଚାରି ବାରୁ ତାଙ୍କ ପିତା ରରୁଆଁ ଠାରେ ଶିକ୍ଷକତା କରୁଥିଲେ ଦୀର୍ଘ 30ବର୍ଷ ଧରି ସେଠାରେ ରହୁଥିଲେ. ଏଣୁ ସେ ସେଠାରୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇଥିଲେ ବୋଲି ସଫେଇ ଦେଇଛନ୍ତି. ତେବେ ଭଦ୍ରକ ଅଗରପଡାର ସ୍ଥାୟୀ ବାସିନ୍ଦା ଭାବରେ ତାଙ୍କର ପୂର୍ବ ପୁରୁଷରୁ ସମସ୍ତ ତଥ୍ୟ ଥିବା ବେଳେ ରରୁଆଁ ତହସିଲରୁ କେବଳ ମୟୁରଭଞ୍ଜ ଜିଲ୍ଲାରେ ଶିକ୍ଷକ ଚାକିରୀ ହାତେଇବା ପାଇଁ ଚଞ୍ଚକତା କରି ଏଭଳି ଜାଲି ପ୍ରମାଣ ପତ୍ର ଦେଇଥିବାର ଅଭିଯୋଗ ହୋଇଛି. ଏବାବଦରେ ଠାକୁରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ସେ ଘଟଣା ବାବଦରେ ଅବଗତ ହୋଇଛନ୍ତି ସ୍କୁଲକୁ ଯାଇ ଘଟଣାର ତଦନ୍ତ କରିବା ପରେ ସତ୍ୟାସତ୍ୟ ଅବଗତ ହୋଇ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି. ତେବେ ଜିଲ୍ଲା ରେ ୟେ ଜଣେ ନୁହେଁ ଏହିଭଳି ବହୁ ଶିକ୍ଷକ ଜାଲି ସାର୍ଟିଫିକେଟ ଦେଇ ଚାକିରୀ କରି ଥିବାର ଅଭିଯୋଗ ହୋଇଥିବା ବେଳେ ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ଜୋର ଧରିଛି.