ବାରିପଦା, ତା-୦୧/୧୦: ଜାତୀୟ ରକ୍ତଦାନ ଦିବସ ଅବସରରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବ୍ଲଡ଼ ବ୍ୟାଙ୍କ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବାରିପଦା ବିଧାୟକ, ପ୍ରକାଶ ଚନ୍ଦ୍ର ସୋରେନ ଉଦ୍ଘାଟନ କରିଥିଲେ। ସୂଚନ ଥାଉକି ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର, ଉତ୍ତରୀୟ ଏବଂ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା। ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଭୟ କୁମାର ଦାଶ, ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ର ସୁପରିଟେଣ୍ଡେଣ୍ଟ ଡଃ ରବୀନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ଚିକିତ୍ସାଧିକାରୀ ଡଃ ସୁନନ୍ଦା ମିଶ୍ର, ବରିଷ୍ଠ ଚିକିତ୍ସକ
ଡଃ ପ୍ରଣବ ଶଙ୍କର ଦାଶ ପ୍ରମୁଖଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ସଂଯୋଜନା ଏବଂ ସଂଚାଳନା, ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ କରିଥିବା ବେଳେ ପୁଣ୍ଡରୀକାକ୍ଷ୍ୟ ଦାସ , ପାର୍ଥ ସାରଥୀ ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *