ବାରିପଦା ତା -14/12/2025-ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ପାଇଁ ଏକ ରାଲି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା ଠାରୁ ଉକ୍ତ ରାଲି ଟି ଆରମ୍ଭ ହୋଇ ବାରିପଦା ସହର ପରିକ୍ରମା କରିଥିଲା l ବିଭିନ୍ନ ବିଦ୍ୟାଳୟ ରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇ ଶକ୍ତି ସଂରକ୍ଷଣ ଉପରେ ସ୍ଲଗାନ ଦେଇ ଲୋକମାନଙ୍କୁ ସଚେତନ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଶକ୍ତି କ୍ଳବ ର ଦାୟିତ୍ୱ ବାହକ ବିଶେଶ୍ୱର ଦ୍ବିବେଦୀ,ଶକ୍ତି କ୍ଳବ ର ରାଜ୍ୟ ସାଧନ କର୍ମୀ ସୁଲୋଚନା ମଙ୍ଗରାଜ, ଶିକ୍ଷକ ମନୋଜ ପରିଡା, ଦୀପକ ରାମ, ଶିକ୍ଷୟିତ୍ରୀ ବିନ୍ଦୁସ୍ମିତା ସାହୁ, ବିଜୟଲକ୍ଷ୍ମୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l
