ବାରିପଦା, ୦୩.୧୦.୨୦୨୪ // ଜନସାଧାରଣଙ୍କ ସୁରକ୍ଷିତ ଗମନାଗମନର ସୁବିଧା ଏବଂ ଯାନବାହାନର ସଠିକ ଚଳାଚଳ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ମୟୂରଭଞ୍ଜ ଦେଇ ଯାଇଥିବା ଜାତୀୟ ରାଜପଥ-୪୯ ରାସ୍ତାକୁ ପ୍ରଶସ୍ତ କରୁଛି। ଏହି ପରିପ୍ରେକ୍ଷୀରେ, ନିୟମିତ ଟ୍ରାଫିକ୍ ଜାମ ଯୋଗୁଁ ରାସ୍ତାରେ ଯାନବାହନ ପ୍ରତିଦିନ ୫ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଅଟକି ରହୁଛି ଏବଂ ଏହି ଭାରି ଟ୍ରାଫିକ୍ ଜାମ୍ ଯୋଗୁଁ ଆମ୍ବୁଲାନ୍ସ, ସ୍କୁଲ ଏବଂ କଲେଜ ବସ୍, ଦୈନିକ ଯାତ୍ରୀ ମାନଙ୍କର ଗମନାଗମନରେ ମଧ୍ୟ ବହୁ ବାଧାପ୍ରାପ୍ତ ହୁଏ। ଯେହେତୁ ବାମନଘାଟି ଓ ପଂଚପୀଢ଼ ଉପଖଣ୍ଡ ସହିତ ସଂଯୋଗ କରୁଥିବା ଏହା ହେଉଛି ଏକମାତ୍ର କ୍ଷୁଦ୍ର ମାର୍ଗ ଯାହା ବ୍ୟବସାୟ / ବାଣିଜ୍ୟିକ ଉଦ୍ଦେଶ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ, ଏଣୁ ବର୍ତ୍ତମାନ ରାଜପଥରେ ଯାତାୟାତ ପାଇଁ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ଯାନବାହାନ ଚଳାଚଳ ଏବଂ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟକୁ ସୁରୁଖୁରୁରେ କରାଇବା ପାଇଁ ବିହିତ ପଦକ୍ଷେପ ନେଇଛି।

ଏଣୁ ଏଥିନିମନ୍ତେ ଜିଲ୍ଲାପାଳ ହେମକାନ୍ତ ସୟ ଜନସାଧାରଣଙ୍କ ସୁରକ୍ଷିତ ଯାତାୟତ ଏବଂ ରାସ୍ତାର ପ୍ରଶସ୍ତିକରଣ ଦୁଇଟି କାର୍ଯ୍ୟ ସଠିକ ଭାବରେ କିଭଳି ହୋଇ ପାରିବ ସେ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ନିୟମିତ ବ୍ୟବଧାନରେ ଯାତାୟତକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନର କର୍ମଚାରୀ ଏବଂ NHAI ର କର୍ମଚାରୀମାନେ ରାଜାବସା ଠାରେ ସମ୍ପୂର୍ଣ୍ଣ ନିୟୋଜିତ ହେବେ ଏବଂ ଟ୍ରକ ଚାଳକମାନଙ୍କୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ଗାଡି ପାର୍କିଂ ନକରିବାକୁ ନିର୍ଦ୍ଦେଶ ଦେବା ପାଇଁ ବିଶୋଇ ଠାରେ କର୍ମଚାରୀଙ୍କୁ ନିୟୋଜିତ କରାଯିବ।

ବିଶୋଇ ଆଡକୁ ଖାଡମ୍ବେଡା ଆରଆଇ କାର୍ଯ୍ୟାଳୟ ନିକଟରେ ୧ କିମି ପ୍ୟାଚ୍ ଗୋଟିଏ ରାସ୍ତା ତୁରନ୍ତ ମରାମତି ଆବଶ୍ୟକ କରୁଥିବାରୁ ଟ୍ରକମାନଙ୍କୁ ଉକ୍ତ ପ୍ୟାଚ୍ ମଧ୍ୟରେ ସେମାନଙ୍କ ଗାଡି ପାର୍କ କରିବାକୁ ଅନୁମତି ଦିଆଯିବ ନାହିଁ । ବିଶୋଇ ଅଧୀନରେ ଥିବା ଜାତୀୟ ରାଜପଥ ପ୍ରାଧିକରଣର ସ୍ଥାନୀୟ କର୍ତ୍ତୃପକ୍ଷ ଖରାପ ଓ କ୍ଷତିଗ୍ରସ୍ତ ରାସ୍ତାର ମରାମତି କାର୍ଯ୍ୟ ଶେଷ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ପଡିବ।

ବାଙ୍ଗିରିପୋଷି ଘାଟିରେ ଯାନବାହନ ମାନଙ୍କ ସୁଗମ ଚଳପ୍ରଚଳ ପାଇଁ ଆବଶ୍ୟକ ପରିସ୍ଥିତିକୁ ଶୃଙ୍ଖଳିତ କରିବା ପାଇଁ ବାଙ୍ଗିରିପୋଷିରୁ ଭାରୀ ଯାନର ଗତିବିଧି ନିୟନ୍ତ୍ରଣ କରିବା ପାଇଁ ଘାଟିର ଉଭୟ ପାର୍ଶ୍ୱରେ ପର୍ଯ୍ୟାପ୍ତ ପୋଲିସ୍ କର୍ମଚାରୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶୋଇ ରୁ ବାଙ୍ଗିରିପୋଷି ଏବଂ ବାଙ୍ଗିରିପୋଷିରୁ ବିଶୋଇ ପର୍ଯ୍ୟନ୍ତ ଭାରିଜାନ ଦେଢ଼ ଘଣ୍ଟା ବ୍ୟବଧାନରେ ବିକଳ୍ପ ଭାବରେ ଚାଲିବ ଏବଂ ତା ୦୧ .୧୦.୨୦୨୪ ସକାଳ ୬ ଟାରୁ ପରବର୍ତ୍ତୀ ଅର୍ଡର ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ।

ଘାଟିର ଉଭୟ ପାର୍ଶ୍ୱର ବାମ ପାର୍ଶ୍ୱରେ ଗାଡିଗୁଡିକ ପାର୍କିଂ କରାଯିବ ଏବଂ ଏହା NHAIର ସ୍ଥାନୀୟ ଅଧିକାରୀଙ୍କ ପୋଲିସ୍ କର୍ମଚାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ନିଶ୍ଚିତ ହେବ। ଏହାକୁ ଅଧିକ ବ୍ୟବହାରିକ କରିବା ପାଇଁ ବାଙ୍ଗିରିପୋଷି ଏବଂ ବିଶୋଇର ତହସିଲଦାରଙ୍କୁ ଭାରୀ ଯାନ ପାର୍କିଂ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। NHAIର ସ୍ଥାନୀୟ ଅଧିକାରୀ ବାଙ୍ଗିରିପୋଷି ଘାଟିର ଉଭୟ ପାର୍ଶ୍ୱରେ କ୍ରେନ୍ ଯୋଗାଇବାକୁ ଏବଂ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ସେବା ଯୋଗାଇବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦେଶନାମାରେ ଏହା ମଧ୍ୟ ସ୍ଥାନିତ ଅଛି ଯେ କାର୍ଯ୍ୟର ପ୍ରକୃତି ଅର୍ଥାତ ଜନସାଧାରଣଙ୍କ ସେବାରେ ପ୍ରଯୁଜ୍ୟ ଯାନଗୁଡିକ ଯଥା ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ୍ ଯାନ, ପୋଲିସ୍ ଗାଡି, ସ୍କୁଲ୍ ଏବଂ କଲେଜ ବସ୍ ଇତ୍ୟାଦି ଉପରେ ପ୍ରତିବନ୍ଧକ ପ୍ରଯୁଜ୍ୟ ନୁହେଁ ଏବଂ ଏହାର ଚଳାଚଳକୁ ନେଇ କୌଣସି ରୋକ ଲଗାଯାଇ ପାରିବନି।

Leave a Reply

Your email address will not be published. Required fields are marked *