ବାରିପଦା -ତା.24.12.2025 – ବାରିପଦା ସମ୍ମିଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ଜାତୀୟ ଖାଉଟି ଦିବସ 2025 ପାଳିତ ହୋଇଯାଇଛି l ସଂକଳ୍ପ ର ସମ୍ପାଦକ ପ୍ରଦୀପ କୁମାର ଦାସମହାପାତ୍ର ସ୍ୱାଗତ ଭାଷଣ ଓ ମଂଚାସୀନ ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ଼ି ସି ଡ଼ି ଆର ସି ର ମେମ୍ବର ଜୀବନକୃଷ୍ଣ ବେହେରା ଯୋଗ ଦେଇ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଦିବସ କୁ ଶୁଭ ଉଦଘାଟନ କରିଥିଲେ l ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ଅଧିକାରୀ,ମୟୁରଭଞ୍ଜ, ବାରିପଦା ର ସୁଷମା ପଣ୍ଡା ଜାତୀୟ ଖାଉଟି ଦିବସ ପାଳନ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିବା ବେଳେ ଦିଗନ୍ତ ବିକାଶ କଲେଜ ର ଅଧ୍ୟକ୍ଷ ମୋହେନ୍ଦ୍ର ନାଥ ପାତ୍ର ମଞ୍ଚ ପରିଚାଳନା କରିଥିଲେ. l ଡ଼ି ସି ଡ଼ି ଆର ସି ର ମେମ୍ବର ଜୀବନକୃଷ୍ଣ ବେହେରା, ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ , ବାରିପଦାର ଆଶିଷ ରଞ୍ଜନ ରାଉତ,ବାରିପଦା ମୁନିସିପାଲିଟି ର ଏ ସି ଏସ ଓ ପାର୍ଥ ରଞ୍ଜନ ଶତପଥୀ, ନିରୀକ୍ଷକ ବୈଧ ମାପ ବିଜ୍ଞାନ , ଉଦଳା ର ପ୍ରମୋଦ କୁମାର ନାୟକ, ଦିଗନ୍ତ ବିକାଶ କଲେଜ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ l
ଜିଲ୍ଲା ରେ ଖାଉଟି ସୁରକ୍ଷା ଓ ସଚେତନତା ର ବାର୍ତା ପାଇଁ ବ୍ଲକ ସ୍ତରୀୟ କର୍ମଶାଳା ଆୟୋଜନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିବାକୁ ସଂକଳ୍ପ ର ସମ୍ପାଦକ ସୂଚନା ଦେଇଥିଲେ l ଫୋର୍ଡ଼ ର ସମ୍ପାଦକ ସନ୍ତୋଷ ଖଣ୍ଡା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସଂକଳ୍ପ ର ପୁଷ୍ପଲତା ନାଏକ, ମଞ୍ଜରି ରାଣୀ ନାଏକ କାର୍ଯ୍ୟକ୍ରମ କୁ ଆୟୋଜନ ରେ ସହଯୋଗ କରିଥିଲେ l
