ବାରିପଦା ତା.୩୧-୧୦-୨୦୨୫ ରିଖ ଆଜି ଅପରାହ୍ନରେ ସମ୍ମିଳନୀ କକ୍ଷ ଠାରେ ମୟୂରଭଞ୍ଜ ଜ଼ିଲ୍ଲାପାଳ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି.ପ୍ରାରମ୍ଭ ରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଡ଼କ ସୁରକ୍ଷା ସମ୍ପର୍କିତ ମାର୍ଚ୍ଚ-୨୦୨୫ ରୁ ସେପ୍ଟେମ୍ବର ମାସ -୨୦୨୫ ମାସର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ. ଉକ୍ତ ବିବରଣୀ ଅନୁଯାଇ ଆର ଟି ଓ ଙ୍କ ଦ୍ୱାରା ପ୍ରବର୍ତ୍ତନ ଜରିଆରେ ଯାଞ୍ଚ କରାଯାଇ ସଡ଼କ ଦୁର୍ଘଟଣା ପ୍ରତିରୋଧ ସମ୍ପର୍କିତ ବିଭିନ୍ନ ଆଇନ ଉଲଂଘନକାରୀ ଗାଡି ଚାଳକଙ୍କୁ ଯଥା ଦ୍ରୁତ ଗତି ଗାଡି ଚାଳନା ପାଇଁ ୫୬୭୦ ଜଣ, ବିନା ହେଲମେଟ ରେ ୨୫୪୮ ଜଣ, ବିନା ସିଟ ବେଲ୍ଟରେ ୮୦୬ଜଣ, ମୋବlଇଲ ଫୋନ ବ୍ୟବହାର ପାଇଁ ୨୪୬ଜଣ, ନିଶାଶକ୍ତ ହୋଇ ଗାଡି ଚାଳନା ପାଇଁ ୨୭୯ ଜଣ, ଓଭର ଲୋଡିଙ୍ଗ ପାଇଁ ୫୬ ଜଣ, ଟ୍ରିପଲ ରାଇଣ୍ଡିଙ୍ଗ ପାଇଁ ୨୯୭ଜଣ, ଭୁଲ ପାର୍ଶ୍ୱରେ ଗାଡି ଚାଳନା ପାଇଁ ୫୮ ଜଣ, କିଶୋର ବୟସ୍କ ଡ୍ରାଇଭିଂ ପାଇଁ ୦ ଜଣ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ରେ ଭୁଲ ସ୍ଥାନରେ ପାର୍କିଙ୍ଗ ପାଇଁ ୧୨୮୫ଜଣ, ମୋଟର ଯାନ ଆଇନ ର ଧାରା VII ଉଲଘଂନ ପାଇଁ ୫୬ଜଣ ଓ ଅନ୍ୟାନ୍ୟ କେଶ ରେ ଚିହ୍ନିତ ୨୩୬୦୨ ଜଣଙ୍କୁ ଧରାଯାଇ ୧୪୦୬୮ଟି ଇ ଚାଲାଣ ମାଧ୍ୟମ ରେ ୧୪୦୪ ଟି ଡ୍ରାଇଭିଂ ଲାଇସେନ୍ସ କାର୍ଯ୍ୟଚ୍ୟୁତ ପାଇଁ ଜବଦ ସହିତ ୬୦ ଟି ଯାନ କୁ ସିଜ କରାଯାଇ ମୋଟ ଟ. ୭୦୪୯୦୭୫୮ ଙ୍କା ଜରିମାନା ଆଦାୟ ହୋଇଛି ବୋଲି ଉଲ୍ଲେଖ କରିଥିଲେ. ସେହିପରି ପୋଲିସ ବିଭାଗ ଓ ଆର ଟି ଓ ଙ୍କ ତରଫରୁ ତନଖି କରାଯାଇ ଆର ଟି ଓ ଙ୍କ ତରଫରୁ ୧୪୦୪ ଓ ପୋଲିସ ବିଭାଗ ତରଫରୁ ୭୮ ଟି ଏହିପରି ମୋଟ ୧୪୮୨ ଟି ଡ୍ରାଇଭିଂ ଲାଇସେନ୍ସ ଜବଦ କରାଯାଇ କାର୍ଯ୍ୟାଚ୍ୟୁତ କରାଯାଇଛି। ଜରିମାନା ଆଦାୟ ହୋଇଛି. ସେହିପରି ଜାନୁଆରୀ-୨୦୨୫ ରୁ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ମାସରେ ଘଟିଥିବା ୪୭୬ଟି ସଡ଼କ ଦୁର୍ଘଟଣା ରେ ୩୨୭ ଜଣ ମୃତ୍ୟୁ ବରଣ କରିଛନ୍ତି ଏବଂ ୨୩୯ ଜଣ ଆହତ ହୋଇଥିଲେ ବୋଲି ଉଲ୍ଲେଖ କରିଥିଲେ.
ଜ଼ିଲ୍ଲାପାଳ ଉକ୍ତ ବିବରଣୀ ର ସମୀକ୍ଷା ପୂର୍ବକ ସଡ଼କ ଦୁର୍ଘଟଣା କୁ ରୋକିବା ପାଇଁ ଜାତୀୟ ରାଜପଥ ନମ୍ବର ୧୮ ଓ ୪୯ ରେ ବ୍ଲାକ ସ୍ପଟ ଚିହ୍ନିତ ସଡ଼କ ର ତୁରନ୍ତ ପ୍ରତିକାର କରିବା ପାଇଁ ଜାତୀୟ ରାଜପଥ କତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିବା ବେଳେ ରାଜ୍ୟ ରାଜପଥ ନମ୍ବର ୫୩ରେ ବ୍ଲାକ ସ୍ପଟ ଚିହ୍ନିତ ସଡ଼କ ର ମରାମତି ଦିଗରେ ପଦକ୍ଷେପ ନେବାପାଇଁ ରାଜ୍ୟ ରାଜପଥ କତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ.ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵ ରେ ଢ଼ାବା ଇତ୍ୟାଦି ମାନଙ୍କ ଦ୍ୱାରା ହେଉଥିବା ବେଆଇନ ଅବରୋଧ କୁ ଉଛେଦ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ.ଏଥିସହିତ ରାଜପଥ କୁ ସଂଲଗ୍ନ ହୋଇଥିବା ବିଦ୍ୟାଳୟ ଗୁଡିକର ଏକ ତାଲିକା ପ୍ରସ୍ତୁତ କରିବା ସହ ବିଦ୍ୟାଳୟ ପରିବହନ କମିଟି ଗଠନ ପାଇଁ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ. ଏଥି ସହିତ ପୋଲିସ ଓ ପରିବହନ ବିଭାଗ ଦ୍ୱାରା ଯୁଗ୍ମ ପ୍ରବର୍ତ୍ତନ କୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହାପରେ ୧ନଭେମ୍ବର ୨୦୨୫ ରୁ ୧୫ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଆକସ୍ମିକ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ପକ୍ଷ ପାଳନ କାର୍ଯ୍ୟ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ପରିବହନ ବିଭାଗ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ନଗର ଉନ୍ନୟନ ବିଭାଗ, ଓ ଏସ ଆର ଟି ସି,ଏନ ଏଚ, ଏନ ଏଚ ଏ ଆଇର ମିଳିତ ସହଯୋଗରେ ସପୃକ୍ତ ବିଭାଗର କାର୍ଯ୍ୟାନ୍ଵୟନ୍ନ ମାଧ୍ୟମରେ ଏହାର ସଫଳ ରୂପାୟନ କରାଯିବା ନେଇ ଆଲୋଚନା କରାଯାଇଥିଲା।

ଆଜିର ଅନୁଷ୍ଠିତ ବୈଠକ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା କିଶୋର କୁମାର ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ କମିଟିର ସଦସ୍ୟ ଓ ବିଭାଗୀୟ ଅଧିକାରୀ, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କତୃପକ୍ଷ, ଘରୋଇ ବସ ଆସୋସିଏସନ ର ସଭାପତି, ସମ୍ପାଦକ ଓ ସ୍ବେଛାସେବୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *