ବାରିପଦା – ତା :- 01/05/2023 ରିଖ ବାରିପଦା ଷ୍ଟାଡିୟମ ପଡିଆରେ ଓଡ଼ିଆ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଅଣ ଆବାସିକ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଆଜି ସକାଳେ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହି ଶିବିରକୁ ଉଦଘାଟନ କରିବା ସହ କୁନିକୁନି ଫୁଟବଲ ଖେଳାଳି ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ସମ୍ମାନିତ ଅତିଥି ବରିଷ୍ଠ ଫୁଟବଲ ଖେଳାଳି ପରେଶ ଚନ୍ଦ୍ର ଦାସ ମୟୁରଭଞ୍ଜ ଫୁଟବଲର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ଏହା ଏକ ଉପଯୁକ୍ତ ପଦକ୍ଷେପ ବୋଲି କହିଥିଲେ I ଜିଲ୍ଲା କ୍ରୀଡା ଅଧିକାରୀ ତଥା ଦକ୍ଷ ଫୁଟବଲ କୋଚ ଅବନୀ ମୋହନ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଛଅ ଜଣ ଅନ୍ତର୍ଜାତୀୟ ଖେଳାଳି ତଥା କୋଚ ଜବାମଣୀ ସୋରେନ, ଦିଗୀ ମାଝୀ, ଦମୟନ୍ତୀ ତିରିଆ, ଚନ୍ଦ୍ରବଦନୀ ମହାନ୍ତ, ଲକ୍ଷ୍ମୀମଣୀ ସିଂ ଓ ରୁପାଲୀ ପଲେଇ ପ୍ରମୁଖ ଯୋଗ ଦେଇଛନ୍ତି I ଆଜି 8 ରୁ 12 ବର୍ଷର 56 ବାଳକ ଓ 15 ବାଳିକାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିବିର ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ମହାନ୍ତି ଜଣାଇଛନ୍ତି I ଅନ୍ୟ ମାନଙ୍କ ମଧ୍ୟରେ କ୍ରୀଡା ସଂସଦର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଉପ ସଭାପତି ମନୋଜ କୁମାର ସାଓ, ଫୁଟବଲ ସମ୍ପାଦକ ଅମର କୁମାର ସେଠି, ସହ ସମ୍ପାଦକ ହରପ୍ରସାଦ ପାତ୍ର, ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ, ବରିଷ୍ଠ କ୍ରୀଡ଼ାବିତ ବିଜୟ ଦାସ ( ମଣ୍ଟୁ ଦା ) ପ୍ରମୁଖ ଉପସ୍ଥିତ ରହି କୁନି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ବରିଷ୍ଠ କୋଚ କୁମାର ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଶିବିରକୁ ଆକର୍ଷଣୀୟ କରିବା ପାଇଁ ଫୁଟବଲ ସହିତ ଯୋଗ ଓ ମ୍ୟୁଜିକ ସହ ଏରୋବିକ ମଧ୍ୟ କରାଯାଉଛି I

Leave a Reply

Your email address will not be published. Required fields are marked *