ଗୋଡଭଙ୍ଗା ଘାଟିରେ ପୁଣି ଏକ ଦୁର୍ଘଟଣା, ଆନ୍ଧ୍ର ଟ୍ରକ ସହ ହାଇଓ୍ବା ଟ୍ରକ୍ ମୁହାଁ ମୁହିଁ ଧକ୍କା, ଦୁଇ ଗାଡି କର୍ମଚାରୀ ଆହତ।
Anchor ୫୩ ନମ୍ବର ରାଜ୍ୟ ରାଜପଥ ମହୁଲଡିହା ଥାନା ଅନ୍ତର୍ଗତ ଗୋଡଭଙ୍ଗା ଘାଟିରେ ବାରମ୍ବାର ଘଟୁଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏସବୁ ର କାରଣ କର୍ତୁପକ୍ଷ ଖୋଜି ପାଉନଥିବା ବେଳେ ଗୁରୁବାର ରାତିରେ ଆଉ ଏକ ଦୁର୍ଘଟଣା ଏଥିରେ ଯୋଡି ହୋଇଯାଇଛି।
ସୂଚନା ଅନୁଯାୟୀ ଗୁରୁବାର ଟାଟା ଜାମସେଦପୁର ଅଞ୍ଚଳରୁ ଏକ ଆନ୍ଧ୍ର ଟ୍ରକ ଭୁଷି ଲୋଡ୍ କରି ଆନନ୍ଦପୁର ପଟକୁ ଯାଉଥିବା ବେଳେ ରାତି ପ୍ରାୟ ୧୧ ଟା ସମୟରେ ଗୋଡଭଙ୍ଗା ଘାଟି ମାଁ ଭଣ୍ଡାରଶୁଣୀ ବନ ଦୁର୍ଗା ଙ୍କ ପୀଠର ଅଳ୍ପ ଦୂରରେ ଥିବା ବାଙ୍କରେ ଆନନ୍ଦପୁର ପଟୁ ଆସୁଥିବା ଏକ ସିମେଣ୍ଟ ଡଷ୍ଟ ବୋଝେଇ ହାଇଓ୍ବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ, ଦୁଇଟି ଟ୍ରକ୍ ରାସ୍ତା ର ଉଭୟ ପାର୍ଶ୍ଵରେ ଗଳି ପଡ଼ିଥିଲା। ଶୁକ୍ରବାର ସକାଳେ ଖବର ପାଇ ମହୁଲଡିହା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଟ୍ରକ୍ ର ଡ୍ରାଇଭର ଏବଂ ହେଲପର ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ।ମହୁଲଡିହା ଥାନା ପୁଲିସ ଟ୍ରକ୍ ଦୁଇଟି କୁ ଜବତ କରିବା ସହ ଘଟଣା ର ତଦନ୍ତ କରୁଛି

Leave a Reply

Your email address will not be published. Required fields are marked *