ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଖମଡିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ- ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଯଶ୍ମୀ ବାସ୍କେଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଠାକୁରମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବେ ଠାକୁରମୁଣ୍ଡା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗ୍ୟରଥି ମହାନ୍ତି, ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଆଲୋକ ଦଙ୍ଗ,ଗ୍ରାମର ବିଶିଷ୍ଟ ବ୍ୟକ୍ତି କ୍ଷୀରୋଦ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ଫିତା କାଟି ପ୍ରଦ୍ବିପ ପ୍ରଜ୍ଜ୍ୱଳନ କରି କ୍ରୀଡା ଉତ୍ସବକୁ ଉଦଘାଟନ କରିଥିବା ବେଳେ ଗୁରୁ ଶମ୍ଭୁନାଥ ରଣା ଏବଂ ଚନ୍ଦନ ବାବୁଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ହରିପ୍ରିୟା ସାହୁ, ଲିପିକା ନାଏକ ଏବଂ ଟୁଇଙ୍କିଲ୍ ନାଏକ ଶ୍ଳୋକ ଉଚ୍ଚାରଣ ସହ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ।ଛାତ୍ର ଛାତ୍ରୀ ଙ୍କ ପାଇଁ କ୍ରୀଡା ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏଣୁ ଏହି କ୍ରୀଡା ଉତ୍ସବ ସହ ପ୍ରତିଯୋଗିତା ତାଙ୍କ ଭବିଷ୍ୟତ ପାଇଁ ଏକ ମାଇଲ୍ ଖୁଣ୍ଟ ବୋଲି ଉପସ୍ଥିତ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଗଣ ନିଜର ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ବିଦ୍ୟାଳୟ ରେ ପୁର୍ବରୁ ଛାତ୍ର ଛାତ୍ରୀ ଙ୍କୁ ନେଇ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ଉପସ୍ଥିତ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଗଣ ମାନପତ୍ର ସହ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଏବଂ ଶତାଧିକ ଗ୍ରାମବାସୀ ଭରପୁର ଉପଭୋଗ କରିଥିଲେ।ଉକ୍ତ ବାର୍ଷିକ କ୍ରୀଡା ଉତ୍ସବରେ ଶିକ୍ଷକ ଚକ୍ରଧର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ କାହେକଶାନ ପରବିନ, ଅବନ୍ତୀ ଲୋହାର, ନିରୁପମା ଦାସ, ସାବିତ୍ରୀ ହେମ୍ବ୍ରମ ଙ୍କ ସହ ଅଣଶିକ୍ଷକ କର୍ମଚାରୀ, ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ- ସଭ୍ୟା ଏବଂ ସ୍ଥାନୀୟ ଓମ୍ ସାଇ ସ୍ଵୟଂସହାୟକ ଗୋଷ୍ଠୀ ର ସଭ୍ୟା ପ୍ରମୁଖ ଉତ୍ସବ ପରିଚାଳନା ରେ ଭରପୁର ସହଯୋଗ କରିଥିଲେ। ସର୍ବଶେଷରେ ମଞ୍ଚପରିଚାଳକ ତଥା ଶିକ୍ଷକ ଚକ୍ରଧର ସାହୁ ଙ୍କ ଅନୁରୋଧ କ୍ରମେ ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀ, ଛାତ୍ର ଛାତ୍ରୀ, ଅଭିଭାବକ ଏବଂ ଉପସ୍ଥିତ ସମସ୍ତ ଜନସାଧାରଣ ଆଦିବାସୀ ଗୀତ ର ତାଳେତାଳେ ଏକତ୍ର ନୃତ୍ୟ ପରିବେଷଣ ବେଶ୍ ଚିତ୍ତାକର୍ଷକ ହୋଇଥିଲା।

Leave a Reply

Your email address will not be published. Required fields are marked *