ଆଦି କର୍ମଯୋଗୀ ଅଭିଯାନ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ।

ବାରିପଦା-ତା -18-09-2025-
ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶକ ଡ଼କ୍ଟର ବର୍ଣ୍ଣାଳୀ ଡେକା ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଦିକର୍ମଯୋଗୀ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକର ଆଦିବାସୀ ବହୁଳ ଗ୍ରାମ ପରିଦର୍ଶନ କରିଛନ୍ତି।
ଆଦି କର୍ମଯୋଗୀ ଯୋଜନା ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଆକାଂକ୍ଷିତ କାର୍ଯ୍ୟକ୍ରମ ଯେଉଁଥିରେ ଦେଶର ୧୧ କୋଟି ଆଦିବାସୀ ବର୍ଗଙ୍କୁ ସଂଶ୍ଲିଷ୍ଟ କରାଯିବ ଏବଂ ୧ ଲକ୍ଷ ଆଦିବାସୀ ଅଧିଷ୍ୟୁତ ଗ୍ରାମ, ୩୦ ଟି ରାଜ୍ୟ, ୫୦୦ ଜିଲ୍ଲା, ୩୦୦୦ ବ୍ଲକରେ ୨୦ ଲକ୍ଷ କର୍ମଯୋଗୀ ସୃଷ୍ଟି କରାଯିବ। ଆଦି କର୍ମଯୋଗୀ ଅଭିଯାନର ମୂଳ ଉଦେଶ୍ୟ ହେଉଛି ଆଦିବାସୀ ଅଂଚଳ ରେ ସେବlରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଚେତନ, କର୍ତ୍ତବ୍ୟନିଷ୍ଠ ଓ ଲୋକାଭିମୁଖୀ କରିବା। ଏମାନେ ଆଦିବାସୀ ସମାଜର ସାହିତ୍ୟ, ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ଓ ସ୍ଥାନୀୟ ଅଂଚଳର ଆବଶ୍ୟକତା ଉପରେ ଗଭୀରତାର ସହ ଅନୁଧ୍ୟାନ କରି ଭିଜନ ୨୦୩୦ ପାଇଁ ସେହି ଅଂଚଳର ବିକାଶ ପାଇଁ ଗ୍ରାମବାସୀଙ୍କ ସହାଭାଗୀତାରେ କାର୍ଯ୍ୟ ଯୋଜନା (ଏକ୍ସନ ପ୍ଲାନ) ପ୍ରସ୍ତୁତ କରିବେ ଏବଂ ସରକାରୀ ଯୋଜନା ଗୁଡିକର କିପରି ସୁଚାରୁ କାର୍ଯ୍ୟକାରିତା ହୋଇ ଲୋକଙ୍କ ପାଖରେ ସରକାରୀ ଯୋଜନା ଗୁଡିକ ଶତ ପ୍ରତିଶତ ପହଂଚି ପାରିବ ତାହାର ସୁନିଶ୍ଚିତ କରାଇବା। ଏହାର ସଫଳ ରୂପାୟନ ପାଇଁ ତ୍ରିସ୍ତରୀୟ ଶ୍ରେଣୀ ରେ ବିଭକ୍ତ କରାଯାଇ ଆଦି କର୍ମଯୋଗୀ ଯେଉଁ ଥିରେ ସରକାରୀ ଅଧିକାରୀ, ଆଦି ସହଯୋଗୀ ଯେଉଁଥିରେ ଶିକ୍ଷକ, ଡାକ୍ତର ଇତ୍ୟାଦି ଓ ତୃତୀୟରେ ଆଦି ସାଥି ଯେଉଁଥିରେ ଅଙ୍ଗନବାଡି କର୍ମୀ, ସ୍ବେଛାସେବୀ ଇତ୍ୟାଦି ମାନେ ଅନ୍ତର୍ଭୁକ୍ତ ହୋଇ ତୃଣମୂଳ ସ୍ତରରେ କାର୍ଯ୍ୟ କରିବେ। ଯେହେତୁ ମୟୁରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକରେ ୧୩୬୩ ଆଦିବାସୀ ବହୁଳ ଗ୍ରାମ ଅନ୍ତର୍ଭୁକ୍ତ ହୋଇଛି ଏହି ଆଦି କର୍ମଯୋଗୀ, ଆଦି ସହଯୋଗୀ ଓ ଆଦି ସାଥି ମାନେ ଏଥିପାଇଁ କାର୍ଯ୍ୟ କରିବେ।
ତାଙ୍କର ଏହି ଗସ୍ତ କାଳରେ ସେ ଶୁକୃଳି ବ୍ଲକର ପଣ୍ଡାବିଲା ଓ ବାରିପଦା ବ୍ଲକର କୃଷ୍ଣଚନ୍ଦ୍ରପୁର ଗ୍ରାମ ପରିଦର୍ଶନ କରିଥିଲେ। ଏଥି ସହିତ ବେତନଟୀ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ଆଦି ସହଯୋଗୀ ଓ ଆଦି ସାଥି ମାନଙ୍କ ପାଇଁ ଆୟୋଜିତ ଆଭିମୁଖକରଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ସ୍ଥାନୀୟ ଯୁବ ପିଢ଼ି, ଶିକ୍ଷକ, ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡି କର୍ମୀଙ୍କ ସହିତ ଆଦି କର୍ମ ଯୋଗୀ ଅଭିଯାନ ସମ୍ପର୍କରେ ଭାବ ବିନିମୟ କରିଥିଲେ। ତତ ସହିତ ସେୱା, ସଂକଳ୍ପ ତଥା ସମର୍ପଣ ଭାବ ନେଇ କାର୍ଯ୍ୟ କରିବା ସହ ଏହାର ସମ୍ପୂର୍ଣ୍ଣ ସଫଳତା ନିମନ୍ତେ ପରାମର୍ଶ ଦେଇଥିଲେ।

ଆଦି ସାଥି ଓ ଆଦି ସହଯୋଗୀ ମାନେ ପ୍ରତ୍ୟେକ ସକ୍ରିୟ ଅଂଶ ଗ୍ରହଣ କରି ଗ୍ରାମର ବିକାଶ ପାଇଁ ଗ୍ରାବାସୀଙ୍କ ସହଭାଗୀତାରେ ଉପଯୁକ୍ତ କାର୍ଯ୍ୟ ଯୋଜନା(ଏକ୍ସନ ପ୍ଲାନ) ପ୍ରସ୍ତୁତ କରିବେ ବୋଲି ନିର୍ଦ୍ଦେଶକଙ୍କୁ ଦୃଢ ପ୍ରତିଶୃତି ଦେଇଥିଲେ। ଏଥିରେ ନିର୍ଦ୍ଦେଶକ ଖୁସି ପ୍ରକଟ କରିଥିଲେ।

Leave a Reply

Your email address will not be published. Required fields are marked *