ବାରିପଦା :୧୨/୦୨/୨୩
ରାଜ୍ୟ ସରକାର ଗତ ୧୧ ତାରିଖ ରେ ଏକ ବିଜ୍ଞ୍ୟପ୍ତି ଜାରି କରି କେନ୍ଦୁଝର ଜିଲ୍ଲା ରେ ଥିବା ସମସ୍ତ ମହାବିଦ୍ୟାଳୟ କୁ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧିନରୁ କାଢି ନେଇ ଧାରଣୀଧର ବିଶ୍ୱବିଦ୍ୟାଳୟ ଅଧୀନ କୁ ଦେଇଛନ୍ତି | ରାଜ୍ୟ ସରକାର ଙ୍କ ନିଷ୍ପତି କୁ ସ୍ୱାଗତ କରାଯାଇଛି, ମାତ୍ର କେନ୍ଦୁଝର ଜିଲ୍ଲା ରେ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ର ଯେଉଁ ସବୁ ରେଗୁଲାର ଓ ସେଲ୍ଫ ଫାଇନାନ୍ସ ବିଭାଗ ଥିଲା ତାହାକୁ ତୁରନ୍ତ ବାରିପଦା ସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କୁ ସ୍ଥାନାନ୍ତର କରା ଯିବା ସହିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ର ଅର୍ଥ ସେଠାରେ ବିନିଯୋଗ ହୋଇଛି ସେ ଅର୍ଥ ରାଶି କୁ ମଧ୍ୟ ରାଜ୍ୟ ସରକାର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କୁ ଦେଲେ, ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପୂର୍ଣ୍ଣାଙ୍ଗ ହୋଇପାରିବ ବୋଲି ବିଶ୍ୱବିଦ୍ୟାଳୟ ର ଏକାଡେମିକ କାଉନସିଲ ସଦସ୍ୟ ପ୍ରଦୀପ କୁମାର ନାୟକ, ବାରିପଦା ର ପୂର୍ବତନ ବିଧାୟକ କିଶୋର ଦାଶ ମତ ପ୍ରକାଶ କରିଛନ୍ତି |
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଟି ହେଉଛି ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ରେ ନାକ୍ ଟିମ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିଦର୍ଶନ ନିମନ୍ତେ ଆସୁଛନ୍ତି | ଆଗରୁ କେନ୍ଦୁଝର ଦ୍ୱିତୀୟ କ୍ୟାମ୍ପସ ରେ ଥିବା ସମସ୍ତ ବିଷୟ ବିଶ୍ୱବିଦ୍ୟାଳୟ ଅଧିନରେ ଥିଲା | ତେଣୁ ନାକ୍ ଟିମ କୁ ସନ୍ତୁଷ୍ଟ କରିବା ପାଇଁ ଦ୍ୱିତୀୟ କ୍ୟାମ୍ପସ ରେ ଥିବା ସମସ୍ତ ପିଜି ବିଷୟ, ଆସବା ପତ୍ର ଓ କର୍ମଚାରୀ ବାରିପଦା ମୁଖ୍ୟ କ୍ୟାମ୍ପସ କୁ ସ୍ଥାନାନ୍ତର ଏକାନ୍ତ ଜରୁରୀ, ନହେଲେ ନାକ୍ ଟିମ ପାଖରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅସୁବିଧା ରେ ପଡିବେ ଏବଂ ଭଲ ଗ୍ରେଡ଼ ପାଇବାପାଇଁ ଆମ ବିଶ୍ୱବିଦ୍ୟାଳୟ ସକ୍ଷମ ହେବ ନାହିଁ ବୋଲି ଏକାଡେମୀକ କାଉନସିଲ ସଦସ୍ୟ ତଥା ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜମେଣ୍ଟ ର ଅଧକ୍ଷ ପ୍ରଦୀପ କୁମାର ନାୟକ ପ୍ରତିକ୍ରିୟା ରେ କହିଛନ୍ତି | ତେଣୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେବାକୁ ଶ୍ରୀ ନାୟକ ଅନୁରଧ କରିଛନ୍ତି |