ବାରିପଦା : ୨୨.୧୧.୨୦୨୪// ଜିଲ୍ଲାରେ ଖରିଫ‌ ୨୦୨୪ -୨୫ ବର୍ଷ ପାଇଁ ଧାନ ସଂଗ୍ରହ ବାର୍ତ୍ତା ବହନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରୁ ଶୁକ୍ରବାର ଦିନ ଏକ କୃଷକ ସଚେତନତା ରଥ ଆରମ୍ଭ ହୋଇଛି। ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହ, ସବୁଜ ପତାକା ଦେଖାଇ ବାରିପଦା ଠାରୁ ଦୁଇଟି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ପର୍ଯାୟରେ ଜିଲ୍ଲାରେ ଥିବା ୪ଟି ସବଡ଼ିଭିଜନରେ ମଧ୍ୟ ଏହି ସଚେତନତା ରଥ ଆରମ୍ଭ ହୋଇ, ଧାନ ସଂଗ୍ରହ କାର୍ଯ୍ୟକ୍ରମ ସମାପ୍ତ ହେବ ପର୍ଯ୍ୟନ୍ତ ନିରନ୍ତର ଚାଲୁ ରହିବ ଓ ଚାଷୀ ମାନଙ୍କୁ ସଚେତନ କରାଇବ। ଚଳିତ ମାସ ଡିସେମ୍ବର ୨୪ ତାରିଖରୁ ପର୍ଯ୍ୟାୟକ୍ରମେ ଜିଲ୍ଲାର ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ୧୦୩ ଗୋଟି ମଣ୍ଡି ଓ ୫୨ଟି ଲ୍ୟାମ୍ପସ ମାଧ୍ୟମରେ ୧୪,୬୬,୧୦୨.୯୪ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ, ଏହି କୃଷକ ସଚେତନତା ରଥ, ବିଭିନ୍ନ ବ୍ଲକରେ ବୁଲି ସଚେତନତା ବାର୍ତ୍ତା ଦେବା ସହ କୃଷକ ମାନଙ୍କୁ ସୂଚନା, ଶିକ୍ଷା, ଓ ଯୋଗାଯୋଗ ମାଧ୍ୟମରେ ଉତ୍ସାହିତ କରିବ ।

ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆର୍ ଏମ ସିର ଅଧ୍ୟକ୍ଷ ମାନଙ୍କୁ ଗାଆଁ ଗାଆଁ ବୁଲି ଚାଷୀ ମାନଙ୍କ ସହିତ ଉତ୍ତମ ଯୋଗାଯୋଗ ରଖିବା ସହ ଧାନର ଏଫଏକ୍ୟୁ ମାନ ବିଷୟରେ ଚାଷୀଙ୍କୁ ପୂର୍ବରୁ ସଚେତନ କରିବା, ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା, କଳାବଜାରୀ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ନେଇଛନ୍ତି। ଏହି ସଚେତନତା ରଥ, ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଧାନର ମାନ ନିରୂପଣ ଆକରିବା ସହିତ ଉଚିତ ଗୁଣବତ୍ତା ସମ୍ପର୍କେଆରେ ମଧ୍ୟ ସଚେତନ କରାଇବ ଏବଂ ଧାନରେ ବଳି, ଗୋଡି, ମାଟି, ପଥର, ଧୂଳି ନଷ୍ଟ ବେରଙ୍ଗି, ଗଜା ହୋଇଥିବା, ଅପରିପକ୍ଵ ଧାନ, କଞ୍ଚା, ତଳ ଶ୍ରେଣୀୟ ଧାନ ଅପିଆମିଶରଣ ନଥିବା ପରିଷ୍କାର ଧାନ ସଂଗ୍ରହ କରିବା ପାଇଁ ପରାମର୍ଶ ଦେବ।

Leave a Reply

Your email address will not be published. Required fields are marked *