ହରେକୃଷ୍ଣତ୍ରିପାଠୀ-12/04/23-ଗତ କାଲି ରାତି ଓ ଆଜି ଭୋର ସମୟରେ କରଞ୍ଜିଆ ଅବକାରୀ ବିଭାଗ ଜରାର ସାହି ଓ ମିର୍ଗିନେଣ୍ଡି ରେ ଚଢ଼ାଉ କରି ଏକ ବଡ ସଫଳତା ହାସଲ କରିଛି। ଚଢ଼ାଉ ସମୟରେ ବିପୁଳ ପରିମାଣର ଦେଶୀ ମଦ ସହ ମଦ ତିଆରି ସାମଗ୍ରୀ ଜବତ କରି ନଷ୍ଟ କରିଛି। ଅବକାରୀ ବିଭାଗ ପାଖାପାଖି ୨୦୦ ଲିଟର ମଦ ଓ ୮୦୦୦ କେଜି ପୋଚୋ ଏହି ଦୁଇଟି ସ୍ଥାନରୁ ଜବତ କରିବା ସହ ତିନି ଜଣ ମହିଳା ଓ ଜଣେ ପୁରୁଷ କୁ ହେଫାଜତ କୁ ନେଇଛି। ଚଢ଼ାଉ ସମୟରେ କିଛି ଲୋକ ଯେଉଁମାନେ ମଦ ବେପାର କରୁଥିବା କୁହାଯାଉଛି ଅବକାରୀ ବିଭାଗ ଡ୍ରାଇଭର ଅଟକ ରଖିବା ସହ ଉପସ୍ଥିତ ଥିବା ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ଓ ଦୁର୍ବ୍ୟବହାର କରିଥିଲେ। ପରବର୍ତୀ ସମୟରେ ଅବକାରୀ ବିଭାଗ କରଞ୍ଜିଆ- ପୋଲିସର ସାହାଯ୍ୟ ନେଇ ଡ୍ରାଇଭର କୁ ଉଦ୍ଧାର କରିଥିଲେ।