ବାରିପଦା-13/03/2023-ଆଜି ତା ୧୩ ତାରିଖ ଦିନ ଅଦାନୀ ଜାଲିଆତି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜଭବନ ଚାଲ ଡାକରା ଦିଆଯାଇଥିଲା l ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନ କ୍ରମେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଏହିକାର୍ଯ୍ୟକ୍ରମ କରାଯାଇ ରାଜଭବନ ମୁଖେ ଏକ ବିରାଟ କଂଗ୍ରେସ କର୍ମୀଙ୍କ ପଟୁଆର ହିଣ୍ଡେନବର୍ଗ ରିପୋର୍ଟ ଓ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଅସାଧୁ ମେଣ୍ଟ ବିରୋଧରେ ଗର୍ଜନ ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୟୁରଭଞ୍ଜ ଜିଲ୍ଲାର ଟାଣୁଆ ଯୁବ ସଂଗଠକ କଂଗ୍ରେସ ନେତା ସୁକୁମାର ରଞ୍ଜନ ପ୍ରଧାନ ସମେତ ନୂତନ ଭାବେ ଯୋଗଦାନ କରିଥିବା ବରିଷ୍ଠ କଂଗ୍ରେସ ନେତା ଚନ୍ଦନ କିସ୍କୁ, ବାଦଲ ହେମ୍ବ୍ରମ, ଚନ୍ଦରାୟ ହାଁସଦା ସମେତ ବହୁକଂଗ୍ରେସ କର୍ମୀ ଯୋଗଦାନ ଦେଇଥିଲେ l

Leave a Reply

Your email address will not be published. Required fields are marked *