ବାରିପଦା – ତା :- 09/02/2023 ରିଖ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଓ ସି ଏ 19 ବର୍ଷରୁ କମ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜର 15 ଜଣିଆ ଦଳ କଟକ ଅଭିମୁଖେ ଯାତ୍ରା କରିଛନ୍ତି I ସେମାନେ ହେଲେ ଅଧିନାୟକ ସ୍ମୃତି ରଞ୍ଜନ ନାୟକ, ଉପ ଅଧିନାୟକ ସୁରୋଜ ମାହାନା ସମେତ ପୁରବ ନନ୍ଦ, ବିପ୍ରାଂଶୁ ସିଂହ, ବିନାୟକ ସାହୁ, ଦିବ୍ୟଜିତ ପାଲବାବୁ, ଅଙ୍କିତ ଅମନ ଦାଶ, ଭରସ୍ନେୟ ଭି ଦାସ, ହୀରକ ସିଂହ, ସରୋଜ ଗୁରୁ, ମହମ୍ମଦ ଏ ରାଜା, ସୌରଜିତ ବାରିକ, ସାହିଲ ଅଗ୍ରୱାଲ, ଫାଇମ କାଦରୀ ଓ ସତ୍ୟ ରଞ୍ଜନ ମହାନ୍ତ I ମ୍ୟାନେଜର ଭାବେ ଜଗଦୀଶ ମହାକୁଡ଼ ଦଳ ସହିତ ଗସ୍ତ କରିଛନ୍ତି I ପୂର୍ବତନ ଖେଳାଳି ମାନସ ଧଳ ଓ ସୋମନାଥ ସିଂହ ଖେଳାଳି ଚୟନରେ ସହାୟତା କରିଥିଲେ I ମୟୁରଭଞ୍ଜ ଦଳ ତାର ପ୍ରଥମ ମ୍ୟାଚ 11 ତାରିଖ ଦିନ ସୁନ୍ଦରଗଡ଼ ସହ ଖେଳିବ ବୋଲି କ୍ରିକେଟ ସହ ସମ୍ପାଦକ ହର ପ୍ରସାଦ ପାତ୍ର ଜଣାଇଛନ୍ତି I ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ବରିଷ୍ଠ କ୍ରୀଡ଼ାବିତ ମଣ୍ଟୁ ଦା ଓ କ୍ରିକେଟ ସହ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I