ବାରିପଦା – ତା 15/10 ; ଆଜି ୧୫ ତାରିଖ ବୁଧବାର ଦିନ ଠାକୁରମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ଏହି ବିଦ୍ୟାଳୟ ର ପ୍ରାକ୍ତନ ଦୁଇ ଛାତ୍ରୀ ଙ୍କ ଉଦ୍ୟେଶରେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବିଦ୍ୟାଳୟ ର ଦୁଇଜଣ ପୂର୍ବତନଛାତ୍ରୀ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବାରେ କୃତିତ୍ୱ ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ୨୦୧୬ ରେ ମାଟ୍ରିକ ପରୀକ୍ଷା ଦେଇଥିବା ଵିନତୀ ମାଝୀ ଓଡ଼ିଶା ଲୋକସେବା ଆୟୋଗ ( OPSC) ପରୀକ୍ଷାରେ ୩୮୪ ରାଙ୍କ ରେ ସ୍ଥାନପାଇ କୃତିତ୍ୱ ଅର୍ଜନ କରିଥିବାବେଳେ ୨୦୧୭ ମାଟ୍ରିକ ଵ୍ୟାଚର ଛାତ୍ରୀ ଟୁନିରାଣୀ ବାଇଁଶିଆ ୩୫୭ ରାଂକ ରେ ସ୍ଥାନପାଇ ବିଦ୍ୟାଳୟ ତଥା ଠାକୁରମୁଣ୍ଡା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି l ଏହି ଦୁଇ ପ୍ରାକ୍ତନ ଛାତ୍ରୀ ଙ୍କ ଉଦ୍ୟେଶରେ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଳରାମ ସ୍ବାଇଁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵପ୍ନେଶ୍ଵର ବେହେରା, ସ୍ୱତନ୍ତ୍ର ଅତିଥି ଭାବେ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଆଲୋକ କୁମାର ମାଝୀ ଏବଂ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁଞ୍ଜବିହାରୀ ପ୍ରଧାନ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାକେଶ ରଞ୍ଜନ ଦାଶ, ବରିଷ୍ଠ ସାମ୍ବାଦିକ ମଧୁସୂଦନ ନନ୍ଦ, ସାମ୍ବାଦିକ ଶରତଚନ୍ଦ୍ର ତ୍ରିପାଠୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସରପଞ୍ଚ ସୁଜିତ କୁମାର ଲୁଗୁନ, ମିଟୁଆଣି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୁଦର୍ଶନ ରାଉତ, ସ୍ଥାନୀୟ ଭୂମି ନର୍ସରୀ ର ଉଦ୍ୟାନବିତ ପ୍ରିୟବ୍ରତ ସିଂ ପ୍ରମୁଖ ଉପସ୍ଥିତ ଥିଲେ l ଉଭୟ ଛାତ୍ରୀ ସେମାନଙ୍କର ବିଦ୍ୟାଳୟ ଜୀବନର ଅନୁଭୂତି ବର୍ଣ୍ଣନା କରିବା ସହ ଭବିଷ୍ୟତରେ ଏହି ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀମାନଙ୍କର କୃତିତ୍ୱ ପାଇଁ ମାର୍ଗ ଦର୍ଶନ କରିଥିଲେ l ଉଭୟଙ୍କୁ ବିଦ୍ୟାଳୟ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସେମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ଶେଷରେ ଶିକ୍ଷକ ପ୍ରତିନିଧି ତରଣୀସେନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ l
