ଭୁବନେଶ୍ୱର / ବାରିପଦା :ଭାରତୀୟ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କ ତୃଣମୂଳ ସ୍ତରରୁ ଭାରତୀୟ ଜାତୀୟ କଂଗ୍ରେସ ଦଳକୁ ମଜବୁତ କରିବା ଉଦେଶ୍ୟକୁ ସଫଳ କରିବାପାଇଁ ରାଷ୍ଟ୍ରୀୟ ସଂଯୋଜକ (ଓବିସି / ଏସି ଏସ୍ଟି /ମାଇନୋରିଟି ବିଭାଗ ଓ ଏଲ. ଡି. ଏମ ) କେ. ରାଜୁ ଏବଂ ଓବିସି ସେଲ ର ରାଷ୍ଟ୍ରୀୟ ଅଧ୍ୟକ୍ଷ କ୍ୟାପଟେନ ଅଜୟ ସିଂହ ଯାଦବଙ୍କ ଅନୁମୋଦନ କ୍ରମେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ (ଏଲ. ଡି. ଏମ.) କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ତଥା ଓବିସି /ଏସି ଏସ୍ଟି /ମାଇନୋରିଟି ବର୍ଗର ନେତାଙ୍କୁ ସକ୍ରିୟ ଓ ବଳିଷ୍ଠ ନେତୃତ୍ୱ ଜରିଆରେ ଆଗାମୀ ଦିନରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ଓ କଂଗ୍ରେସ ଦଳକୁ ବୁଥ ସ୍ତରରେ ମଜବୁତ କରିବାପାଇଁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ( ବିହାର ପ୍ରଭାରୀ, ଓବିସି.) ଏବଂ (ଓଡିଶା ପ୍ରଭାରୀ, ଏଲ. ଡି. ଏମ.) ରାଜକିଶୋର ବାରିକଙ୍କ ସହଯୋଗରେ ଅନୁମୋଦିତ ଓଡିଶାର ସମସ୍ତ ଜିଲ୍ଲାର ଜିଲ୍ଲା ସଂଯୋଜକ ନିଯୁକ୍ତି ଦିଆଗଲା l ସେମାନେ ହେଲେ ଖୋର୍ଦ୍ଧା ପାଇଁ ବୃନ୍ଦାବନ ସାହୁ, ଭୁବନେଶ୍ୱର ପ୍ରଭାତ ପ୍ରତାପ ସିଂହ, କଟକ ସଦର ମନୋଜ କୁମାର ବିଶ୍ୱାଳ, ଭଦ୍ରକ ପ୍ରଫୁଲ୍ଲ ବାରିକ, ବାଲେଶ୍ୱର ସୁବ୍ରତ ପ୍ରଧାନ, ମୟୁରଭଞ୍ଜ ସୁକୁମାର ରଞ୍ଜନ ପ୍ରଧାନ, କେଉଁଝର ଦିଲୀପ ଜେନା, ଯାଜପୁର ପଙ୍କଜ ଜଟି, ବଲାଙ୍ଗୀର କୃଷ୍ଣଚନ୍ଦ୍ର ସାହୁ, ବୌଦ୍ଧ ସରୋଜ ପ୍ରଧାନ, ବରଗଡ଼ ବ୍ରହ୍ମାନନ୍ଦ ମହାକୁଡ଼, କୋରାପୁଟ ଶ୍ରୀଚନ୍ଦନ ନାଏକ, ପୁରୀ ସୁକାନ୍ତ ପ୍ରଧାନ, କେନ୍ଦ୍ରାପଡ଼ା ପ୍ରକାଶ ରାଉତରାୟ, କଳାହାଣ୍ଡି ନରହରି ବାଗ, ନବରଙ୍ଗପୁର ପଦ୍ମନ କୁମାର ବିଶୋଇ, ନୂଆପଡା ଝାମ୍ପେଶ୍ୱର ସେଲମା, ଗଜପତି ହୃଷିକେଶ ଗୌଡ଼, ନୟାଗଡ ଦିଲୀପ କୁମାର ଖୁଣ୍ଟିଆ, ସମ୍ବଲପୁର ପ୍ରିୟବ୍ରତ ସାହ, ମାଲକାନଗିରି ପୁର୍ଣଚନ୍ଦ୍ର ମହାରଣା, ରାୟଗଡା ପ୍ରସାଦ ମହାକୁଡ଼, ଅନୁଗୁଳ ଜିନେଶ ସାହୁ, ଓ ସୁନ୍ଦରଗଡ଼ ଜିଲ୍ଲାର ଶଶିଭୂଷଣ ଚଉରାସିୟାଙ୍କୁ ଦାୟିତ୍ୱ ଦିଆଯାଇଛି l ତତସହିତ ସୁକୁମାର ରଞ୍ଜନ ପ୍ରଧାନ ଙ୍କୁ ରାଜ୍ୟ ମିଡ଼ିଆ ସଂଯୋଜକ ( ଏଲ. ଡି. ଏମ.) ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି 1
