ପାଞ୍ଚପୀଢ଼
ତା -18-11-2023-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ତର୍ଗତ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଆବାସିକ ବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭା ର ବିକାଶ ନିମନ୍ତେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଉପଖଣ୍ଡ ସ୍ତରୀୟ ଶିଶୁ ମହୋତ୍ସବ “ସର୍ଗିଫୁଲ” ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କରଞ୍ଜିଆ, ତାଟୋ ଠାରେ ତା ୧୭.୧୧.୨୦୨୩ ରିଖ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମଲ୍ଲିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଶିଶୁ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,କରଞ୍ଜିଆ ର ପ୍ରକଳ୍ପ ପ୍ରଶାସିକା ଶ୍ରୀମତୀ ଦେବଯାନୀ ଭୂୟାଁ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କରଞ୍ଜିଆ ର ସ୍ଵତନ୍ତ୍ର ଅଧିକାରୀ ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ସାମଲ, ପାଞ୍ଚପୀଢ଼ ର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଆଲୋକ ମାଝୀ ଏବଂ ଠାକୁରମୁଣ୍ଡା, ରରୁଆଁ,ଯଶିପୁର ଓ ଶୁକୃଳି ବ୍ଲକ ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନେ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ୭୦୦ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଏକକ ସଙ୍ଗୀତ, ଏକକ ନୃତ୍ୟ,ଏକକ ଅଭିନୟ,ସୃଜନାତ୍ମକ ଲିଖନ,ଚିତ୍ରାଙ୍କନ,ବାକଚାତୁରୀ,ତର୍କ, କୁଇଜ୍,ଦଳଗତ ନୃତ୍ୟ,ସ୍ଲୋଗାନ, ଭଲିବଲ ଓ ବିଜ୍ଞାନ ପ୍ରଦର୍ଶନୀ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ସଂଯୋଜନା ରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ସ୍ୱାଇଁ ଅତ୍ୟନ୍ତ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଠାକୁରମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବେଳେ ବରିଷ୍ଠ ବିଭାଗ ର କୁଇଜ୍ ରେ ନବମ ଶ୍ରେଣୀ ର ଛାତ୍ରୀ ନାନିକା ଗଇପାଇ ପ୍ରଥମ,ଚିତ୍ରାଙ୍କନ ରେ ରଞ୍ଜିତା ଲୁଗୁନ ଦ୍ଵିତୀୟ, ତର୍କ ରେ ବିପକ୍ଷବାଦୀ ଭାବେ ଦାନ୍ଗି ସୋରେନ୍ ଦ୍ଵିତୀୟ ଓ ସପକ୍ଷବାଦୀ ଭାବେ ସିପା ନାଏକ ତୃତୀୟ, ଏକକ ଅଭିନୟ ରେ ନବମ ଶ୍ରେଣୀର ଦୀପିକାରାଣୀ ସେଠୀ ଓ ଅଷ୍ଟମ ଶ୍ରେଣୀ ର ସାଞ୍ଜୋ ହେମ୍ବ୍ରମ୍ ପ୍ରଥମ, ବାଦ୍ୟ ସଙ୍ଗୀତ ରେ ନବମ ଶ୍ରେଣୀ ର ସାକ୍ର ହେମ୍ବ୍ରମ୍ ପ୍ରଥମ,ଏକକ ନୃତ୍ୟ ରେ ମମତା ନାଏକ ପ୍ରଥମ, ବିଜ୍ଞାନ ପ୍ରଦର୍ଶନୀ ରେ ରୋଜାଲିନ ଜେନା ଓ ରୀତା ମାଝୀ ପ୍ରଥମ ଏବଂ ଏକକ ସଙ୍ଗୀତ ରେ କାପୁରା ହାଁସଦା ତୃତୀୟସ୍ଥାନ ଅଧିକାର କରିଥିବା ବେଳେ ଦଳଗତ ନୃତ୍ୟ ରେ ବିଦ୍ୟାଳୟ ର ଛାତ୍ରୀ ମାନେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।ସେହିପରି କନିଷ୍ଠ ବିଭାଗ ର ବାକ୍ ଚାତୁରୀ ରେ ଅଷ୍ଟମ ଶ୍ରେଣୀ ର ତୁଳସୀ ବଦରା ପ୍ରଥମ, ଚିତ୍ରାଙ୍କନ ରେ ସପ୍ତମ ଶ୍ରେଣୀ ର ଚାନ୍ଦୁ ହୋ ପ୍ରଥମ, ତର୍କ ରେ ବିପକ୍ଷବାଦୀ ଭାବେ ଅଷ୍ଟମ ଶ୍ରେଣୀ ହୀରାବତୀ ମୁର୍ମୁ ଦ୍ଵିତୀୟ ଓ ସପକ୍ଷବାଦୀ ଭାବେ ଲକ୍ଷ୍ମୀ ବଦରା ତୃତୀୟ, ଏକକ ନୃତ୍ୟ ରେ ସପ୍ତମ ଶ୍ରେଣୀ ର ପୂଜାରାଣୀ ନାଏକ ପ୍ରଥମ ଏବଂ ଏକକ ସଙ୍ଗୀତ ରେ ସୁନୀତା ସୋରେନ୍ ଦ୍ଵିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଅଶେଷ ଗୌରବ ଆଣି ଦେଇଛନ୍ତି । ଛାତ୍ରୀ ମାନଙ୍କର ଏହି ସଫଳତାରେ ବିଦ୍ୟାଳୟ ରେ ଏକ ଖୁସିର ମାହୋଲ ସୃଷ୍ଟି ହେବା ସହିତ ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ କୃତୀ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *