ବାରିପଦା : ୨୧.୧୧.୨୦୨୪ // ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ )ଙ୍କ ଦ୍ୱାରା ଆସନ୍ତା ୨୫ ତାରିଖ ସୋମବାର ଦିନ ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ସୂଚନାନୁସାରେ, ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ତାରିଖରେ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ସକାଳ ୧୦ଟା ବେଳେ ଅନୁଷ୍ଠିତ ହେବାକୁ ଯାଉଛି।

ସରକାରଙ୍କର ବିଭିନ୍ନ ବିଭାଗର ପେନସନ ମଞ୍ଜୁରକର୍ତ୍ତା ମାନେ ଠିକ ସମୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ପେନସନ କାଗଜ ଠିକ ସମୟରେ ଏ. ଜି କାର୍ଯ୍ୟାଳୟକୁ ପେନସନ ମଞ୍ଜୁରୀ ନିମନ୍ତେ ପଠାଇବା, ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅବସରକାଳୀନ ଦେୟ କାଗଜପତ୍ର ଓ ସେମାନଙ୍କର ପ୍ରାପ୍ୟ ଠିକ ସମୟରେ ପାଇବା ନିମିତ୍ତ ତଥ୍ୟ ଏହି ପେନସନ ଅଦାଲତରେ ପ୍ରଦାନ କରାଯିବ। ଏ. ଜି କାର୍ଯ୍ୟାଳୟ ପକ୍ଷରୁ ପେନସନର ମାନଙ୍କ ଅବସରକାଳୀନ ପ୍ରାପ୍ୟ ଫଇସଲା ପାଇଁ ଏହିଭଳି କଲ୍ୟାଣ ମୂଳକ କାର୍ଯ୍ୟକ୍ରମ, ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ ଦ୍ୱାରା ଆୟୋଜନ କରାଯାଉଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବେ ବୋଲି, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *