ବାରିପଦା -10/03/2023-ଶିମିଳିପାଳ ସୁରକ୍ଷା, ଶିମିଳିପାଳ ବିରୋଧୀ ବନ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବ୍ୟାପକ ନିଆଁ କୁ ଆୟତ୍ତ କରିବା ଏବଂ(2)ଗ୍ରାମାଞ୍ଚଳ ଲୋକଙ୍କୁ ପାଣି ଯୋଗାଇଦେବାରେ ବିଫଳ ମୟୁରଭଞ୍ଜ ରେ କାର୍ଯ୍ୟରତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (RWSS) ରାଇରଙ୍ଗପୁର ଓ ବାରିପଦା ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ତୁରନ୍ତ ପାଣି ଯୋଗାଇଦେବା ଦାବୀ ନେଇ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ମୟୁରଭଞ୍ଜ ର ଏକମାତ୍ର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ବାରିପଦା ସ୍ଥିତ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଓ ସହିତ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମ ରେ ଭଞ୍ଜସେନା ନେତୃମଣ୍ଡଳୀ ମାନେ ଉକ୍ତ ଦୁଇଗୋଟି ଦାବୀ କୁ ସମାଧାନ କରିବା ପାଇଁ ଯଦି ସରକାର କୌଣସି ଠୋସ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ନେତୃତ୍ୱରେ ହୋଇଥିବା ଆଜିକାର କାର୍ଯ୍ୟକ୍ରମ ରେ ଭଞ୍ଜସେନା କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ, ଶୃଙ୍ଖଳାଗତ କମିଟି ଅଧକ୍ଷ ସତ୍ୟ ସ୍ୱରୂପ ଦାଶ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଓବିସି ଶାଖା ସଭାପତି ରାକେଶ ବେହେରା, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, କପ୍ତିପଦା ଉପଖଣ୍ଡ ସଭାପତି ରବିନ ମହାନ୍ତି, ଜିଲ୍ଲା ଉପସଭାପତି ରାକେଶ ମହାନ୍ତି ଓ ପ୍ରଶାନ୍ତ ମହାକୁଡ଼, ଜିଲ୍ଲା ଯୁବଛାତ୍ର ସଂଯୋଜକ ଏସ.କେ ରାଜାଖାନ, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ବାରିପଦା ଉପଖଣ୍ଡ ଉପସଭାପତି ବୀରେନ୍ଦ୍ର ନାଥ, କପ୍ତିପଦା ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସଂମ୍ପୂର୍ଣ୍ଣ ହେମ୍ବ୍ରମ, ସାଧାରଣ ସମ୍ପାଦକ ସଞ୍ଜୟ ହାଁସଦା,ମୋରଡା ବ୍ଲକ ସଭାପତି ପାରିତୋଷ ବାରିକ,ବାରିପଦା ସହର ସାଧାରଣ ସମ୍ପାଦକ ଅମିତ କୁମାର ଙ୍କ ସମେତ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ |
ତା ସହିତ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଚଳିତ ମାର୍ଚ୍ଚ ମାସ ପନ୍ଦର(15th)ତାରିଖ ଠାରୁ ଆରମ୍ଭ ହୋଇ ସମଗ୍ର ମୟୁରଭଞ୍ଜ ପରିକ୍ରମା କରିବାକୁ ଥିବା “ଅଖଣ୍ଡ ମୟୁରଭଞ୍ଜ” ଜଣସଚେତନତା ରଥଯାତ୍ରା କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ଏବଂ ଆଗାମୀ ଦିନରେ ପୁନର୍ବାର ରଥଯାତ୍ରା ର ଆରମ୍ଭ ତାରିଖ ଘୋଷଣା କରାଯିବ ବୋଲି ସଂଗଠନ ପକ୍ଷରୁ ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *