ବାରିପଦା-ତା-01-05-2023- ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନ ପକ୍ଷରୁ ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ସମାବେଶ ଆଡ଼ମ୍ବର ମଧ୍ୟରେ ପାଳନ କରାଯାଇଛି। ଶ୍ରମିକ ଜାତି ଉପରେ ହୋଇଥିବା ଅନ୍ୟାୟ ଅତ୍ୟାଚାର ଶୋଷଣ ବିରୋଧରେ, ଆଠ ଘଣ୍ଟିଆ କାର୍ଯ୍ୟଦିବସ ପାଇଁ ଆମେରିକାର ଚିକାଗୋ ସହରେ ୦୧ ମେ ୧୮୮୬ ମସିହାରେ ହୋଇଯାଇଥିବା ବୈପ୍ଳବିକ ଐତିହାସିକ ଆନ୍ଦୋଳନକୁ ମନେ ପକାଇ ଆନ୍ଦୋଳନରେ ଶହୀଦ ହୋଇଥିବା ଶ୍ରମିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ଏହା ବିଶ୍ୱ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଠିକା ପ୍ରଥା ବା ଶୋଷଣ ପ୍ରଥାକୁ ପ୍ରଧାନ୍ୟ ଦେଇ ପୁଞ୍ଜିପତି ମାନେ ଶ୍ରମିକ ମାନଙ୍କୁ ଶୋଷଣ କରିବା ଏକ ନୂତନ ଆନ୍ଦୋଳନ ଗଢ଼ି ତୋଳିବାର ସୁଯୋଗ ପ୍ରଦାନ କରୁଛି। ବିଦ୍ୟୁତ ଶ୍ରମିକ ମାନେ ମଧ୍ୟ ଶୋଷିତ ଏବଂ ନିଷ୍ପେସିତ ହୋଇ ଠିକା ପ୍ରଥାର ଶିକାର ହୋଇଛନ୍ତି । ପୁଞ୍ଜିବାଦି ମାନେ ଚାରି ଦଶନ୍ଧି ଧରି ବିଶ୍ୱବ୍ୟାପୀ ଯେଉଁ ଆକ୍ରମଣ ଚଳାଇ ଆସିଛନ୍ତି ତାହାର ଚାପରେ ଶ୍ରମିକଶ୍ରେଣୀ ନିଜର ଲଢ଼ୁଆ ଅତୀତକୁ ଚାପିଦେଇ ଚାଲିଛନ୍ତି । ନହେଲେ ଶ୍ରମିକ ଶ୍ରେଣୀ କେମିତି ମେ ଦିବସର ଜନ୍ମର ପୃଷ୍ଠଭୂମିଟିକୁ ଭୁଲି ଯାଆନ୍ତେ ? କିନ୍ତୁ ଶ୍ରମିକମାନେ ସାହସ ବାନ୍ଧି ନିଜ ଅଧିକାର ପାଇଁ ଲଢ଼େଇ କରିବା ଆବଶ୍ୟକ। ଏହିପରି ବିଭିନ୍ନ ସମସ୍ୟା ବିଷୟରେ ସଭାରେ ଉପସ୍ଥିତ ଶ୍ରମିକ ନେତୃବୃନ୍ଦ ମାନେ ଉପସ୍ଥାପନ କରିବା ସହିତ ଆଗାମୀ ଦିନ ଗୁଡ଼ିକୁ ସଂଘର୍ଷର ଦିନ ହିସାବରେ ପାଳନ କରିବାକୁ ଏବଂ ସଂଘର୍ଷ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି ।
ଆଜି ସଭାରେ ସଭାପତି ଭାବେ ପୂର୍ବତନ ଉପ ବାଚସ୍ପତି ତଥା ସଙ୍ଘର ଉପଦେଷ୍ଟା ସାନନ୍ଦ ମାରାଣ୍ଡି ଯୋଗଦେଇ ବିଦ୍ୟୁତ କର୍ମଚାରୀଙ୍କ କର୍ତ୍ତବ୍ୟ ଓ କାର୍ଯ୍ୟଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟଅତିଥି ଭାବରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ ଶ୍ରମିକ ମାନଙ୍କର ଦେଶ ପାଇଁ ଅବଦାନ ଏବଂ ସେମାନଙ୍କ ସଂଘର୍ଷର କାହାଣୀ ବିଷୟରେ ଆଲୋକପାତ କରିଥିଲେ ଏବଂ ବିଦ୍ୟୁତ ଶ୍ରମିକଙ୍କ ବିଷୟରେ ଏବଂ ସେମାନଙ୍କ ଦ୍ୱାରା କିପରି ୨୪ ଘଣ୍ଟା ବିଦ୍ୟୁତ ସେବା ପ୍ରଦାନର ଶ୍ରମଦାନ କରାଯାଉଛି ସେ ବିଷୟରେ କହିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ବିଦ୍ୟୁତ କର୍ମଚାରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋରଡ଼ା ବିଧାୟକ ରାଜକିଶୋର ଦାସ, ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗର ଉପଦେଷ୍ଟା ତଥା ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ଟିପିଏନଓଡିଏଲର ମୁଖ୍ୟ ମାନବସମ୍ବଳ ଅଧିକାରୀ ଶ୍ରୀବଲ୍ଲଭ ସିଂ, ମାନବସମ୍ବଳ ଡେପୁଟି ମ୍ୟାନେଜର ମାନସ ସ୍ୱାଇଁ, ନେସ୍କୋ ପାୱାର ଇଞ୍ଜିନିୟର ଆସୋସିଏସନର ସଭାପତି ସୁାରେନ୍ଦ୍ର ନାଥ ଦାସ, ସଂଘର ଜିଲ୍ଲା ସଭାପତି ସୁବ୍ରମନ୍ୟମ ମହାନ୍ତି, ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଯୁଗ୍ମ ସମ୍ପାଦକ ପ୍ରିୟବ୍ରତ ନାୟକ ଓ ସଙ୍ଘ ର ଉପ ସାଧାରଣ ସମ୍ପାଦକ ଜ୍ୟୋତି କୃଷ୍ଣ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଶ୍ରମିକ ଦିବସ ଉପଲକ୍ଷେ କର୍ମଚାରୀଙ୍କ ଭିତରେ ହୋଇଥିବା କୁଇଜ ପ୍ରତିଯୋଗିତାର ୫ ଜଣ ବିଜେତାଙ୍କୁ ଫଳକ ପ୍ରଦାନ ଏବଂ ସଙ୍ଘର ବରିଷ୍ଠ କର୍ମକର୍ତ୍ତା ଯୋଗେଶ ଚନ୍ଦ୍ର ଅଗସ୍ତିଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଉପସ୍ଥିତ ସମସ୍ତ ଅତିଥି ଶ୍ରମିକ କର୍ମଚାରୀଙ୍କୁ ଶ୍ରମିକ ଦିବସର ଅଭିନନ୍ଦନ ଜଣାଇବା ସହିତ ବିଦ୍ୟୁତ ଶ୍ରମିକ ଏବଂ ଇଉନିଅନର ମୂଖ୍ୟ ଦାବି ଗୁଡ଼ିକୁ ତୁରନ୍ତ ସମାଧାନ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ ଏବଂ ବିଦ୍ୟୁତ ଶ୍ରମିକ କର୍ମଚାରୀଙ୍କୁ ବହୁ ପ୍ରଶଂସା କରିଥିଲେ । ଉକ୍ତ ସଭାଟିକୁ ସଙ୍ଘର ଉପସାଧାରଣ ସମ୍ପାଦକ ଜୋତିକୃଷ୍ଣ ବେହେରାଙ୍କ ମାର୍ଗଦର୍ଶନରେ ପରିଚାଳନା କରାଯାଇଥିଲା । ସଂଘର ଡିଭିଜନାଲ ସମ୍ପାଦକ ଚନ୍ଦନ କୁମାର ମହାନ୍ତି ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେବା ସହ ଆଜିକାର ସମାବେଶରେ ଯୋଗଦେଇ ସମାବେଶକୁ ସଫଳ କରିଥିବା ୧୫୦୦ ରୁ ଉର୍ଦ୍ଧ ଠିକା ଓ ସ୍ଥାୟୀ କର୍ମଚାରୀ ଏବଂ ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଉକ୍ତ ସମାବେଶରେ ସଂଘର ବରିଷ୍ଠ କର୍ମକର୍ତ୍ତା ଦେବାଶିଷ ବେହେରା, ଦିପ୍ତୀକାନ୍ତ ଭୂୟାଁ, ସତ୍ୟରଞ୍ଜନ ପାଣିଗ୍ରାହୀ, ଆଶିଷ ପୁହାଣ, ଜ୍ଞାନ ରଞ୍ଜନ ପରିଡ଼ା, ଦିପକ ମହାନ୍ତ, ପାର୍ଥସାରଥୀ ଦାସ,ବୁଧେଶ୍ଵର ମାରାଣ୍ଡି, ସିଦ୍ଧେଶ୍ଵର ମହାପାତ୍ର, କୃଷ୍ଣ ପଦ ମହାନ୍ତି,ସୁମନ ସଞ୍ଜିତ ମହାନ୍ତ, ତାପସ ବେହେରା, ଦୀନେଶ କୁମାର ଗୁପ୍ତା, ପ୍ରଶାନ୍ତ କୁମାର , ଚନ୍ଦନ ଜେନା ପ୍ରଭୃତି ଏବଂ ଅନ୍ୟ ବରିଷ୍ଠ କର୍ମକର୍ତ୍ତାଙ୍କ ଦ୍ୱାରା ସମାବେଶଟି ଉଚ୍ଚକୋଟିର ହୋଇପାରିଥିଲା ।

Leave a Reply

Your email address will not be published. Required fields are marked *