ବାରିପଦା ତା ୨୬/୧୦ ଓକିଲ ସମାଜ ବିଚାର ବିଭାଗର ଏକ ଅଙ୍ଗ, ସେମାନଙ୍କୁ ସୁରକ୍ଷା ଦରକାର l ଆଇନର ଶାସନ ସମ୍ବିଧାନର ସଂକଳ୍ପ,ଓକିଲ ସମାଜ ବିଚାର ବିଭାଗର ଏକ ଅଙ୍ଗ, ସେମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବା ଆବଶ୍ୟକ ବୋଲି ନିଖିଳ ଓଡିଶା ଆଇନଜୀବୀ ସଙ୍ଘ (ଆଓଲା ) ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଇନଜୀବୀ ମାନେ ମତବ୍ୟକ୍ତ କରିଛନ୍ତି| ଆଜି ପୂର୍ବାହ୍ନରେ ବାରିପଦାଠାରେ ନିଖିଳ ଓଡିଶା ଆଇନଜୀବୀ ସଙ୍ଘ (ଆଉଲା ) ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଉପରୋକ୍ତ ଦାବି ଉପସ୍ଥାପନ କରାଯାଇଥିଲା ସଂଘ ର ସଭାପତି ଆଇନଜୀବୀ ଶିଶିର କୁମାର ପାଢ଼ିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ରାଜ୍ୟର ଆଇନଜୀବୀ ମାନଙ୍କ ସୁରକ୍ଷା ସହିତ, ସ୍ୱାସ୍ଥ୍ୟ ଓ ସମୂହ ଜୀବନ ବୀମା, ସହିତ ସଂଘ ପାଇଁ ଏକ ସ୍ଥାଈ କାର୍ଯ୍ୟାଳୟ କଟକ, ଭୁବନେଶ୍ୱର, ପୂରୀ କିମ୍ବା ଗୋପାଳପୁର ଠାରେ ଯୋଗାଇ ଦେବାପାଇଁ ଦାବି ଉପସ୍ଥାପନ କରାଯାଇଥିଲା l ପ୍ରାରମ୍ଭରେ ସଂଘର ଉପଦେଷ୍ଟା ସର୍ଗତ ପୀତବାସ ପଣ୍ଡାଙ୍କ ଉଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ତାଙ୍କର ସ୍ମୃତି ଚରଣ କରାଯାଇଥିଲା l ଏହି ବୈଠକରେ ସଙ୍ଘର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ନନ୍ଦ ପ୍ରାରମ୍ଭିକ ସୂଚନା ଦେଇ ସଂଘ ପକ୍ଷରୁ ଓକିଲ ସମାଜ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ|ସଂଘର କାର୍ଯ୍ୟକାରୀ ସଭାପତି ଜ୍ୟୋତି ପ୍ରକାଶ ରଥ ଓ ସଂଘର ପୂର୍ବତନ ସଭାପତି ମାନସ ରଞ୍ଜନ ମହାପାତ୍ର ଉଦବୋଧନ ଦେଇ ସଂଘର ବହୁମୁଖୀ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଉକ୍ତ ଅଧିବେସନରେ ରାଜ୍ୟର ବିଭିନ୍ନ ଓକିଲ ସଂଘରୁ ଶତାଧିକ ପ୍ରତିନିଧି ଯୋଗଦେଇ ସୁଚିନ୍ତିତ ମତାମତ ଦେଇଥିଲେ l ଓଡିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ସହ ସମ୍ପାଦକ ଅଭିଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ,ଏଥିରେ ଆଇନଜୀବୀ ବିପ୍ଳବ ବାରିକ,ମନୋଜ କୁମାର ନାୟକ,ସୁଧାଂଶୁ ଦାସ,ପ୍ରବୀର୍ କୁମାର ବସା,ସୁଶାନ୍ତ ବରାଳ,ସନ୍ଦୀପ କୁମାର ପଟ୍ଟନାୟକ ,ସ୍ୱରୂପ ମିଶ୍ର,ସତ୍ୟଜିତ ସାହୁ,କିରଣଵାଲା ରାଉତ,ସଞ୍ଜୟ କୁମାର ଦାସ, ପ୍ରତାପ କେଶରୀ ଦେଓ,ସତ୍ୟ ଗୋପାଳ ପରିଜା ପ୍ରମୁଖ ଯୋଗଦେଇ ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ| ପ୍ରାରମ୍ଭରେ ଅତିଥିମାନେ କୁଳବୃଦ୍ଧ ମଧୂସୁଦନ ଦାସ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ|ବାରିପଦା ତା ୨୬/୧୦ ଓକିଲ ସମାଜ ବିଚାର ବିଭାଗର ଏକ ଅଙ୍ଗ, ସେମାନଙ୍କୁ ସୁରକ୍ଷା ଦରକାର l ଆଇନର ଶାସନ ସମ୍ବିଧାନର ସଂକଳ୍ପ,ଓକିଲ ସମାଜ ବିଚାର ବିଭାଗର ଏକ ଅଙ୍ଗ, ସେମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବା ଆବଶ୍ୟକ ବୋଲି ନିଖିଳ ଓଡିଶା ଆଇନଜୀବୀ ସଙ୍ଘ (ଆଓଲା ) ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଇନଜୀବୀ ମାନେ ମତବ୍ୟକ୍ତ କରିଛନ୍ତି| ଆଜି ପୂର୍ବାହ୍ନରେ ବାରିପଦାଠାରେ ନିଖିଳ ଓଡିଶା ଆଇନଜୀବୀ ସଙ୍ଘ (ଆଉଲା ) ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଉପରୋକ୍ତ ଦାବି ଉପସ୍ଥାପନ କରାଯାଇଥିଲା ସଂଘ ର ସଭାପତି ଆଇନଜୀବୀ ଶିଶିର କୁମାର ପାଢ଼ିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ରାଜ୍ୟର ଆଇନଜୀବୀ ମାନଙ୍କ ସୁରକ୍ଷା ସହିତ, ସ୍ୱାସ୍ଥ୍ୟ ଓ ସମୂହ ଜୀବନ ବୀମା, ସହିତ ସଂଘ ପାଇଁ ଏକ ସ୍ଥାଈ କାର୍ଯ୍ୟାଳୟ କଟକ, ଭୁବନେଶ୍ୱର, ପୂରୀ କିମ୍ବା ଗୋପାଳପୁର ଠାରେ ଯୋଗାଇ ଦେବାପାଇଁ ଦାବି ଉପସ୍ଥାପନ କରାଯାଇଥିଲା l ପ୍ରାରମ୍ଭରେ ସଂଘର ଉପଦେଷ୍ଟା ସର୍ଗତ ପୀତବାସ ପଣ୍ଡାଙ୍କ ଉଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ତାଙ୍କର ସ୍ମୃତି ଚରଣ କରାଯାଇଥିଲା l ଏହି ବୈଠକରେ ସଙ୍ଘର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ନନ୍ଦ ପ୍ରାରମ୍ଭିକ ସୂଚନା ଦେଇ ସଂଘ ପକ୍ଷରୁ ଓକିଲ ସମାଜ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ|ସଂଘର କାର୍ଯ୍ୟକାରୀ ସଭାପତି ଜ୍ୟୋତି ପ୍ରକାଶ ରଥ ଓ ସଂଘର ପୂର୍ବତନ ସଭାପତି ମାନସ ରଞ୍ଜନ ମହାପାତ୍ର ଉଦବୋଧନ ଦେଇ ସଂଘର ବହୁମୁଖୀ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଉକ୍ତ ଅଧିବେସନରେ ରାଜ୍ୟର ବିଭିନ୍ନ ଓକିଲ ସଂଘରୁ ଶତାଧିକ ପ୍ରତିନିଧି ଯୋଗଦେଇ ସୁଚିନ୍ତିତ ମତାମତ ଦେଇଥିଲେ l ଓଡିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ସହ ସମ୍ପାଦକ ଅଭିଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ,ଏଥିରେ ଆଇନଜୀବୀ ବିପ୍ଳବ ବାରିକ,ମନୋଜ କୁମାର ନାୟକ,ସୁଧାଂଶୁ ଦାସ,ପ୍ରବୀର୍ କୁମାର ବସା,ସୁଶାନ୍ତ ବରାଳ,ସନ୍ଦୀପ କୁମାର ପଟ୍ଟନାୟକ ,ସ୍ୱରୂପ ମିଶ୍ର,ସତ୍ୟଜିତ ସାହୁ,କିରଣଵାଲା ରାଉତ,ସଞ୍ଜୟ କୁମାର ଦାସ, ପ୍ରତାପ କେଶରୀ ଦେଓ,ସତ୍ୟ ଗୋପାଳ ପରିଜା ପ୍ରମୁଖ ଯୋଗଦେଇ ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ| ପ୍ରାରମ୍ଭରେ ଅତିଥିମାନେ କୁଳବୃଦ୍ଧ ମଧୂସୁଦନ ଦାସ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ|

