ବାରିପଦା – ତା :- 06/02/2023 ରିଖ ନେପାଳରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗାସନ ପ୍ରତିଯୋଗିତାରେ ମୟୁରଭଞ୍ଜର 8 ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ I ସେମାନେ ହେଲେ ସବ ଜୁନିଅର ବିଭାଗର ଶୁଭାଗା ବରାଳ, ନାରାୟଣୀ ବରାଳ, କ୍ରିଷ୍ଣା ଦାସ ଓ ଶୁଭ୍ରଜିତ ପାତ୍ର, ଜୁନିଅର ବିଭାଗରେ ପ୍ରକାଶ ବେହେରା, ଆରତୀ ସିଂହ, ଗାୟତ୍ରୀ ଦାସ, ଏବଂ ସିନିଅର ବିଭାଗରେ ସ୍ୱରୂପା ସାହୁ I ପ୍ରକାଶ ଥାଉକି ଚଳିତ ମାସ 4 ଓ 5 ତାରିଖରେ ପୁରୀର ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟରରେ ଅନୁଷ୍ଠିତ ସର୍ବ ଭାରତୀୟ ଯୋଗାସନ ଚାମ୍ପିୟାନସିପରେ ମୟୁରଭଞ୍ଜର ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟରର 10 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ I ଉକ୍ତ ପ୍ରତିଯୋଗିତାରୁ ଏହି 8 ଜଣ କୃତିତ୍ୱ ହାସଲ କରି ପୁରସ୍କୃତ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ତତ ସହିତ ଭେଟେରାନ ଗ୍ରୁପରେ ପ୍ରଦୀପ ବରାଳ 5ମ ସ୍ଥାନ ଅଧିକାର କରିଥିବା ବେଳେ ଜ୍ୟୋତି ରଞ୍ଜନ ଦାସ ବିଚାରକ ଭାବେ ଯୋଗ ଦେଇଥିଲେ I ବିଭିନ୍ନ ମହଲାରୁ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ମିଳିବା ସହ ଆଗାମୀ ପ୍ରତିଯୋଗିତା ପାଇଁ ସଫଳତା କାମନା କରିଛନ୍ତି I ଆସନ୍ତା ମେ ମାସରେ ଏହି ଚାମ୍ପିୟାନସିପ ହେବ ବୋଲି ପୁରୀର ମହାଶକ୍ତି ଗାୟତ୍ରୀ ଚେରିଟେବଲ ଟ୍ରଷ୍ଟର ସଭାପତି ପୁନ୍ନେନ୍ଦୁ ମିଶ୍ର ଜଣାଇଛନ୍ତି I