ବାରିପଦା-ତା -30-04-2023  ଅଖଣ୍ଡ ମୟୁରଭଞ୍ଜ ବାମନଘାଟି ଉପଖଣ୍ଡର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କୁ ସୁଧାରିବା ଦାବୀ ନେଇ ମେ ମାସ 1 ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ତିରିଂ ବ୍ଲକ ଠାରୁ ଆରମ୍ଭ ହୋଇ ମେ 4 ତାରିଖ ଦିନ  ବାରିପଦା ଜିଲ୍ଲାପାଳଙ୍କ ଅଫିସ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା ! ମାତ୍ର  ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ  ସ୍ୱାସ୍ଥ୍ୟ ସମସ୍ୟା  ଦୂର କରିବା ନେଇ ଆଲୋଚନା ସକାଶେ ଆଜି ବାରିପଦା ସ୍ଥିତ ଉପଜିଲ୍ଲାପାଳଙ୍କ ଅଫିସ ରେ ସଖାଳ 11 ଘଟିକା ସମୟରେ ଭଞ୍ଜସେନା ପ୍ରତିନିଧିମଣ୍ଡଳୀ ଙ୍କୁ ଡାକି ଆଲୋଚନା କରିଥିଲେ ! ଆଲୋଚନା ସମୟରେ ଭଞ୍ଜସେନା ପ୍ରତିନିଧି ମଣ୍ଡଳୀଙ୍କ ସମେତ ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ରୁପଭାନୁ ମିଶ୍ର, ବାରିପଦା ଉପଜିଲ୍ଲାପାଳ, ବାରିପଦା ପୋଲିସ ଏସ.ଡି.ପି.ଓ ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ| ଆଲୋଚନାରେ ଉପସ୍ଥିତ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ଆଗାମୀ ଦୁଇ ମାସ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ବହୁ ଅସୁବିଧା ଦୂର ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିଶୃତି ପ୍ରଦାନ କରିଛନ୍ତି | ପ୍ରତିଶ୍ରୁତି ଦେଇ ପାଳନ ନକଲେ ଦୁଇ ମାସ ପରେ ଭଞ୍ଜସେନା ପକ୍ଷରୁ ଜୋରଦାର ଆନ୍ଦୋଳନ ହେଵବୋଲି ସଂଗଠନର କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ ତାସହିତ ଆସନ୍ତା କାଲି ଠାରୁ ତିରିଂ ବ୍ଲକ ରୁ ଆରମ୍ଭ ହେବାକୁ ଥିବା ସାଇକେଲ ରାଲି ଆଲୋଚନା ପରେ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ମଧ୍ୟ ସଂଗଠନ ପକ୍ଷରୁ କୁହାଯାଇଅଛି |
   ଆଜିର ଆଲୋଚନାରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ସମେତ  ବହଳଦା ନିର୍ବାଚନ ମଣ୍ଡଳୀର ଦୁଇ ଦୁଇ ଥରର ପୂର୍ବତନ ବିଧାୟକ ଖେଲାରାମ ମାହାଲି, ଭଞ୍ଜସେନା କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ, ଉପାଧ୍ୟକ୍ଷ ମହମ୍ମଦ ଅଲ୍ଲୀ ଖାନ, ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଓବିସି ଶାଖା ସଭାପତି ରାକେଶ ବେହେରା, ବାମନଘାଟି ଉପଖଣ୍ଡ ଶାଖା ସଭାପତି ଇଂ ରମଜାନ ବେଗ, ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁ,ଜିଲ୍ଲା ଯୁବ ଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର, ଜିଲ୍ଲା ଛାତ୍ର ଶାଖା ସଭାପତି ପ୍ରୀତମ ପଣ୍ଡା, ବାଙ୍ଗିରିପୋଷି ବ୍ଲକ ସଭାପତି ସତ୍ୟପ୍ରକାଶ ମହାନ୍ତି, ବାରିପଦା ଉପଖଣ୍ଡ ସାଧାରଣ ସମ୍ପାଦକ ମନୋରଞ୍ଜନ ବାରିକ, ବିଘ୍ନେଶ୍ୱର ବାସ୍କେ,ଚନ୍ଦନ ବାସ୍କେ, ଖିଦୁ ମାରାଣ୍ଡି, ରାମଚନ୍ଦ୍ର ମାରାଣ୍ଡି, ଠାକୁରଦାସ ସୋରେନ, ସୋନୁ ପାତ୍ର ଏବଂ ସ୍ବପ୍ନଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *